ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲା, କୁଲଦୀପ ସେନଗାର ଦୋଷୀ ସାବ୍ୟସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲା, କୁଲଦୀପ ସେନଗାର ଦୋଷୀ ସାବ୍ୟସ୍ତ

ଉନ୍ନାଓ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବାପାଙ୍କୁ ହତ୍ୟା କରିବା ମାମଲାରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ରାୟ ଶୁଣାଇଛନ୍ତି। ପୂର୍ବତନ ବିଧାୟକ କୁଲଦୀପ ସିଂ ସେନଗାର ଏହି ହତ୍ୟା ମାମଲାରେ ସଂପୃକ୍ତି ଥିବାର ପ୍ରମାଣ ମିଳିବା ପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାର ବିଭାଗୀୟ ହେପାଜତରେ ଥିବା ବେଳେ ପୀଡ଼ିତାଙ୍କ ବାପାଙ୍କର ଏପ୍ରିଲ ୨୦୧୮ରେ ମୃତ୍ୟୁ ଘଟିଥିଲା। ପୀଡ଼ିତାଙ୍କ ବାପାଙ୍କୁ ମାଡ଼ ମରାଯିବା ସହିତ ଏକ ମାମଲାରେ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ନେଇ ପଚରାଉଚରା କରିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଅନୁଯାୟୀ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କୁଲଦୀପଙ୍କର ହତ୍ୟା କରିବାର ଉଦ୍ଦେଶ୍ୟ ନଥିଲା। ହେଲେ ପୀଡିତାଙ୍କ ବାପାଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୧୨ ରେ କୁଲଦୀପ ସେନଗାରଙ୍କୁ ଦଣ୍ଡିତ କରାଯିବ ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ କନଷ୍ଟେବଳ ଆମୀର ଖାନ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ମୋଟ୍ ୧୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କୋର୍ଟ କୁଲଦୀପଙ୍କ ସମେତ ମୋଟ୍ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟରେ ଯୁକ୍ତି କରି କୁଲଦୀପ ସିଂ ସେନଗାର କହିଛନ୍ତି ଯେ ସେ ନିର୍ଦ୍ଦୋଷ। ଉନ୍ନାଓର ପୂର୍ବତନ ବିଧାୟକ କୁଲଦୀପ ସେନଗାର ଏବେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ଭୋଗୁଛନ୍ତି। ସେ ଏବେ ତିହାର ଜେଲରେ ଅଛନ୍ତି।



from Odisha Reporter https://ift.tt/2uVbGO8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages