ଟ୍ରକ୍‌କୁ ପଛରୁ ପିଟିଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ଟ୍ରକ୍‌କୁ ପଛରୁ ପିଟିଲା କାର୍‌

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଫୁଲାଡି ନିକଟରେ ଆଜି ଭୋରରୁ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ  ଏକ କାର୍‌ ପଛରୁ  ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଜଣଙ୍କ କାର୍‌ ଡ୍ରାଇଭର ହୋଇଥିବା ବେଳେ ତାଙ୍କ ଘର ରୁପ୍‌ସା ବୋଲି ଜଣାପଡ଼ିଛି। ଆହତ ବ୍ୟକ୍ତିଜଣଙ୍କ ମଧ୍ୟ କାରରେ ବସିଥିଲେ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ରୁପ୍‌ସାରେ।

ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଦୁଇ ଜଣ ରୁପସାରୁ ଡିଜେଲ ନେଇ କାର୍‌ ଯୋଗେ ବାଲେଶ୍ୱର ଯାଉଥିଲେ। ଏହି ସମୟରେ ଫୁଲାଡି ନିକଟରେ ଠିଆ ହୋଇଥିବା ଟ୍ରକ୍‌କୁ କାର୍‌ଟି ପଛରୁ ଧକ୍କା ଦେଇଥିଲା। ମୃତ ଡ୍ରାଇଭର ଜଣଙ୍କ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ କାଟି  ଡ୍ରାଇଭରଙ୍କୁ ଗାଡ଼ି ଭିତରୁ ବାହାର କରିଥିଲା। ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଉକ୍ତ ଟ୍ରକ୍‌ରେ କେହି ନଥିବା ଜଣାପଡ଼ିଛି।



from Odisha Reporter https://ift.tt/39ue7oY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages