କରୋନା ପାଇଁ କଟିବ ସରକାରୀ ବାବୁଙ୍କ ଦରମା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

କରୋନା ପାଇଁ କଟିବ ସରକାରୀ ବାବୁଙ୍କ ଦରମା!

ହାଇଦ୍ରାବାଦ: କରୋନା ପ୍ରକୋପର ପ୍ରଭାବ ଏବେ ସରକାରୀ ବାବୁ, ମନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀଙ୍କ ପକେଟ୍‌ ଉପରେ ପଡ଼ିବ। ତେଲେଙ୍ଗାନା ସରକାର ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ପଦପଦବୀକୁ ଲକ୍ଷ୍ୟ କରି ୧୦%ରୁ ଆରମ୍ଭ କରି ୭୫% ଯାଏ ଦରମା କାଟ କରାଯିବ। ଦେଶ ଲକ୍‌ଡାଉନ୍‌ର ୬ ଦିନ ପୂରଣ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍‌ ପାଇଁ ସମଗ୍ର ବିଶ୍ୱରେ ଅର୍ଥନୀତି ପ୍ରଭାବିତ ହୋଇଛି। ଗତ ସପ୍ତାହରେ ହିଁ ଆଇଏମ୍‌ଏଫ୍‌ ମୁଖ୍ୟ କହିଥିଲେ, କରୋନା ଭାଇରସ୍‌ ଜନିତ ଅର୍ଥନୀତିକ କ୍ଷତି ୨୦୦୯ ମସିହାର ସଙ୍କଟଠାରୁ ମଧ୍ୟ ଆହୁରି ଭୟଙ୍କର ହେବ। ଭାରତରେ ଏଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ୍‌ ଗଠନ କରାଯାଇ ଏହାର ଆକଳନ ଓ ସମାଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

କିନ୍ତୁ ତେଲେଙ୍ଗାନା ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏ ବିଷୟରେ ଇଶାରା ଦେଇଥିଲେ। ଏହା ପରେ ଉଚ୍ଚ ସ୍ତରୀୟ ବୈଠକ କରାଯାଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ପକେଟ୍‌ ଉପରେ ୭୫% ପ୍ରଭାବ ପଡ଼ିବ।

ମିଳିଥିବା ସୂଚନା ଅନୁଯାୟୀ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଏବଂ କେନ୍ଦ୍ରୀୟ ସେବା ଅଧିକାରୀଙ୍କ ଦରମାରେ ୬୦% କାଟ କରାଯିବ। ଅନ୍ୟ କର୍ମଚାରୀଙ୍କ ଦରମାରେ ୫୦% କାଟ ହେବ। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମାରେ ୧୦% କାଟ କରାଯିବ। ପେନସନ୍‌ଧାରୀଙ୍କ ଆକାଉଣ୍ଟରେ ୫୦% କାଟ୍‌ କରାଯିବ।



from Odisha Reporter https://ift.tt/39sfhBh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages