ୟେସ ବ୍ୟାଙ୍କ: ଅନୀଲ ଅମ୍ବାନୀଙ୍କୁ ଇଡିର ସମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ୟେସ ବ୍ୟାଙ୍କ: ଅନୀଲ ଅମ୍ବାନୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ୟେସ ବ୍ୟାଙ୍କ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରିଲାଏନ୍ସ ଗ୍ରୁପ୍‌ ମୁଖ୍ୟ ଅନୀଲ ଅମ୍ବାନୀଙ୍କୁ ସମନ କରିଛି। ୟେସ ବ୍ୟାଙ୍କ ମାଲିକ ରାଣା କପୁରଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ଖୋଳତାଡ଼ କରୁଛି। ତଦନ୍ତ ବେଳେ ଅନୀଲ ଅମ୍ବାନୀଙ୍କ ଠାରୁ କିଛି ତଥ୍ୟ ହାସଲ କରିବାକୁ ଇଡି ଚାହୁଁଛି। ଏଥିପାଇଁ ତାଙ୍କୁ ସମନ କରାଯାଇଥିବା ଜଣାପଡ଼ିଛି।

ଅନୀଲ ଅମ୍ବାନୀ ୟେସ ବ୍ୟାଙ୍କ ଠାରୁ ଋଣ ନେଇଥିଲେ। ଏ ବିଷୟରେ ତାଙ୍କୁ ଇଡି ଜେରା କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ମୁମ୍ବାଇ ଅଫିସରେ ହାଜର ହେବାକୁ ଇଡି କହିଛି। ତେବେ ଅମ୍ବାନୀ ସ୍ୱାସ୍ଥ୍ୟଗତ ସମସ୍ୟା ଅଳରେ ଇଡି ଠାରୁ ହାଜର ହେବା ପାଇଁ ସମୟ ଲୋଡ଼ିଥିବା ଜଣାପଡ଼ିଛି। କେବଳ ଅମ୍ବାନୀ ନୁହନ୍ତି, ରିଲାଏନ୍ସ ଗ୍ରୁପ୍ର ଆଉ କିଛି ବରିଷ୍ଠ ଅଧିକାରୀଙ୍କୁ ବି ଇଡି ଚଳିତ ସପ୍ତାହରେ ସମନ କରିବ।

ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ୟେସ ବ୍ୟାଙ୍କକୁ ଆରବିଆଇ ନିଜ ହେପାଜତକୁ ନେବା ସହ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି। ଜଣେ ଗ୍ରାହକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଣ କରିବାର ନିୟମ ଲାଗୁ ହୋଇଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଟଙ୍କା ବୁଡ଼ିଯିବାର ଭାଳେଣି ପଡ଼ିଛି।

ଏସବୁ ଭିତରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୟେସ ବ୍ୟାଙ୍କରେ ୪୯% ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଛି। ସେହିପରି କେନ୍ଦ୍ର ସରକାର ମଧ୍ୟ ୟେସ ବ୍ୟାଙ୍କକୁ ବୁଡ଼ିବାକୁ ଦେବେନି ଓ ଲୋକଙ୍କ ଟଙ୍କା ସୁରକ୍ଷିତ ରହିଥିବା କହିଛନ୍ତି।



from Odisha Reporter https://ift.tt/2Wf2VcP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages