ଭାରତର ଏହିସବୁ ସ୍ଥାନରେ ପାଳନ ହୁଏ ନାହିଁ ହୋଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 10, 2020

ଭାରତର ଏହିସବୁ ସ୍ଥାନରେ ପାଳନ ହୁଏ ନାହିଁ ହୋଲି

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳନ ହେଉଛି ରଙ୍ଗର ପର୍ବ ହୋଲି। ପ୍ରାଚୀନ କାଳରୁ ହିଁ ହୋଲି ଉତ୍ସବ ପାଳନ କରାଯାଇଆସୁଛି। ଏଥିରେ ଅବିର ରଙ୍ଗରେ ସମସ୍ତ ହୋଲି ଖେଳିଥା’ନ୍ତି। ହୋଲିକୁ ନେଇ ସବୁଆଡେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ଏପରି କିଛି ସ୍ଥାନ ରହିଛି, ଯେଉଁଠି ହୋଲିକୁ ଅଶୁଭ ମନାଯାଇ ପାଳନ କରାଯାଇ ନ ଥାଏ। ଆସନ୍ତୁ ଜାଣିବା ସେହିସବୁ ସ୍ଥାନ ଗୁଡ଼ିକ ବିଷୟରେ…

୧. ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ରହିଛି ଦୁର୍ଗାପୁର ଗାଁ। ଏହି ଗାଁରେ ୧୦୦ ବର୍ଷରୁ ଅଧିକ ସମୟ ଧରି କେହି ହୋଲି ଖେଳି ନାହାନ୍ତି। ଏଠାରେ ରଙ୍ଗ ଖେଳ ହେଲେ ମହାମାରୀ ବ୍ୟାପିଥାଏ ବୋଲି ଲୋକମାନଙ୍କ ମଧ୍ୟରେ ଧାରଣା ରହିଛି। ତେଣୁ ଏହି ଗାଁର ଲୋକମାନେ ଭୟରେ କେବେ ରଙ୍ଗ ଖେଳନ୍ତି ନାହିଁ।

୨. ଛତିଶଗଡ଼ କୋରବା ଜିଲ୍ଲାର ଖରହରି ଗାଁ ଲୋକମାନେ ରଙ୍ଗ ଦେଖିଲେ ଭୟ କରିଥା’ନ୍ତି। ୨୦୦ ବର୍ଷରୁ ଅଧିକ ଧରି ଏହି ଗାଁରେ ରଙ୍ଗ ଖେଳ ହୋଇନାହିଁ। ତେବେ ଏହି ଗାଁର ଲୋକେ ହୋଲି ନଖେଳିବାର ଆଉ ଏକ କାରଣ ହେଉଛି, ଥରେ ହୋଲିରେ ଏହି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ତେଣୁ ହୋଲିକୁ ଅଶୁଭ ମନାଯାଇ ସେବେଠାରୁ ଏହି ଗାଁରେ ରଙ୍ଗ ଖେଳ ହେଉନାହିଁ।

୩. ସେହିପରି ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲା ଅନ୍ତର୍ଗତ ଡଡୁଆ ଗାଁ ହୋଲି ଖେଳ ହୋଇନଥାଏ। ୧୨୫ ବର୍ଷ ତଳେ ହୋଲି ଦିନରେ ହିଁ ଏହି ଗାଁର ମୁଖିଆ କୂଅରେ ବୁଡ଼ି ପ୍ରାଣ ହରାଇଥିଲେ। ତେଣୁ ଗ୍ରାମବାସୀ ଦୁଃଖିତ ହୋଇ ସେହିଦିନଠାରୁ ହୋଲି ଖେଳିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ।

୪. ହରିୟାଣାର କୈଥଲ୍‌ରେ ଗୋଟିଏ ଗାଁ ରହିଛି, ଯେଉଁଠି ହୋଲିକୁ ଲୋକମାନେ ଅଭିଶାପ ବୋଲି ବିଚାର କରିଥା’ନ୍ତି। ଗତ ୧୫୦ ବର୍ଷ ଧରି ଏହି ଗାଁରେ ହୋଲି ଖେଳ ହୋଇନାହିଁ। ଏହା ପଛର କାରଣ ହେଉଛି ଗାଁର ଜଣେ ଦିବ୍ୟାଙ୍ଗ ସାଧୁ ହୋଲି ପର୍ବ ପାଳନ ସମୟରେ ନିଆଁକୁ ଡେଇଁ ଆତ୍ମହତ୍ୟା କରିଥିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସାଧୁ ଅଭିଶାପ ଦେଇ କହିଥିଲେ, ଗାଁରେ ଯିଏ ବି ହୋଲି ଖେଳିବ, ତା’ର ବଂଶ ବୁଡ଼ିଯିବ। ସେବେଠାରୁ ବଂଶ ବୁଡ଼ିଯିବା ଭୟରେ ଲୋକେ ହୋଲି ଖେଳି ନଥା’ନ୍ତି।



from Odisha Reporter https://ift.tt/2VYaRix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages