ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରୀ ଅଞ୍ଚଳରେ ନକ୍ସଲ ପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ନକ୍ସଲ ଓ କଳାହାଣ୍ଡି ଏରିଆ କମିଟି ପକ୍ଷରୁ ଏହି ହାତ ଲେଖା ପୋଷ୍ଟର ମରାଯାଇଛି।
ଏହି ପୋଷ୍ଟରରେ ସରକାର ବିକାଶ ନାମରେ ରାସ୍ତା ତିଆରି କରି ସାଧାରଣ ଲୋକଙ୍କ ବିନାଶ କରି ଚାଲିଛନ୍ତି, ବଜାର ହାଟକୁ ଯାଉଥିବା ସାଧାରଣ ଲୋକଙ୍କୁ ନକ୍ସଲ ନାମରେ ଥାନାକୁ ନେଇ ମାମଲା ରୁଜୁ କରାଯାଉଛି, କିଛି ସରକାରୀ କର୍ମଚାରୀ ପୁଲିସ୍ ଇନଫର୍ମର ସାଜିଛନ୍ତି ବୋଲି ଲେଖାହୋଇଛି। ସାଧାରଣ ଲୋକଙ୍କୁ ମଧ୍ୟ ପୁଲିସ୍ ଇନ୍ଫର୍ମର ବନା ଯାଉଛି ବୋଲି ଏଥିରେ ଲେଖା ହୋଇଛି। ଏହାକୁ ସେମାନେ ବିରୋଧ କରୁଛନ୍ତି ଓ ଏହାଠୁ ଦୂରେଇ ରହିବାକୁ ଲୋକଙ୍କୁ କହିଛନ୍ତି।
from Odisha Reporter https://ift.tt/2vHDLZL
No comments:
Post a Comment