ପୁଲିସ୍‌ ଜିପ୍‌କୁ ଧକ୍କା ଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

ପୁଲିସ୍‌ ଜିପ୍‌କୁ ଧକ୍କା ଦେଲା ଟ୍ରକ୍‌

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍‌ ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ପୁଲିସ୍‌ ଜିପ୍‌ ଓ  ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩  ଜଣ ଗୁରୁତର ହୋଇଛନ୍ତି।

ମୃତକ ହେଲେ ଭିକାରୀ ଚରଣ। ସେ OSAP ଫାଷ୍ଟ ବାଟାଲିୟନର ଡେପୁଟି ସୁବେଦାର ଥିଲେ। ଆହତମାନେ ହେଲେ ଫାଷ୍ଟ ବାଟାଲିୟନର ହୃଷିକେଶ ସିଂହ, ରାଜେନ୍ଦ୍ର ବିଶ୍ୱାଳ ଓ ଅଶ୍ୱିନୀ ରାଉତ।

ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁର୍ଘଟଣା ହୋଇଛି। ଏହି ପୁଲିସ୍‌ କର୍ମଚାରୀମାନେ କଟକରୁ ଏକ ମିଟିଂ ସାରି ପୁଲିସ୍‌ ଜିପ୍‌ରେ ଢେଙ୍କାନାଳ ଫେରୁଥିଲେ। ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍‌ ନିକଟରେ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସହ ସେମାନଙ୍କ ଜିପ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ଭିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୩ ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ସହ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 



from Odisha Reporter https://ift.tt/3a32YwC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages