‘ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

‘ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ’

ନ୍ୟୁୟର୍କ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ସବୁଠାରୁ କଠିନ ପରିସ୍ଥିତିର ସାମ୍ନା କରୁଛି। ବିଶ୍ୱର ସମସ୍ତ ଦେଶ ମହାମାରୀ କରୋନାର ସାମ୍ନା କରୁଛନ୍ତି। କରୋନା ଭାଇରସ ପାଇଁ ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଛି। ଗୋଟିଏ ଭାଇରସର ଏଭଳି ଦୌରାତ୍ମ ଆଗରୁ କେବେ ଏମିତି ଦେଖିବାକୁ ମିଳିନଥିଲା। ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରସ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି, କରୋନା ମହାମାରୀ ଏବଂ ଅର୍ଥବ୍ୟବସ୍ଥା ଭୁଶୁଡ଼ିବା ଦ୍ୱାରା ବିଶ୍ୱ ଏବେ ଆହୁରି କଠିନ ସ୍ଥିତି ଦେଇ ଗତି କରିବ। ଏହାଦ୍ୱାରା ଆର୍ଥିକ ଅସ୍ଥିରତା, ଅସନ୍ତୋଷ ଏବଂ ସଂଘର୍ଷ ବଢ଼ିବ। ମଙ୍ଗଳବାର ଆଣ୍ଟୋନିୟୋ କୋଭିଡ-୧୯ର ସାମାଜିକ ଏବଂ ଆର୍ଥିକ ପ୍ରଭାବ ଉପରେ ‘Shared responsibility, global solidarity: Responding to the socio-economic impacts of COVID-10’ ନାମରେ ଏକ ରିପୋର୍ଟ ଉପସ୍ଥାପନ କରିବା ବେଳେ ଗୁଟେରସ ଏହା କହିଛନ୍ତି।

ଏହି ମହାମାରୀର ପ୍ରଭାବରେ ଦେଖାଯିବାକୁ ଥିବା ଆର୍ଥିକ ସଙ୍କଟର ମୁକାବିଲା କରିବା ପାଇଁ ଏକ ନୂଆ ଯୋଜନା ଜାତିସଂଘ ପ୍ରସ୍ତୁତ କରିଛି ବୋଲି ସେ କହିଛନ୍ତି। ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଗ୍ଲୋବାଲ୍ ଫଣ୍ଡ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଏଥିପାଇଁ ସମସ୍ତ ଦେଶକୁ ଏକାଠି ହୋଇ ସାମାଜିକ ଏବଂ ଆର୍ଥିକ ସ୍ତରର ମୁକାବିଲା କରିବାକୁ ଗୁଟେରସ ଆହ୍ୱାନ କରିଛନ୍ତି।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନାର ଦୌରାତ୍ମ ଦେଖିବାକୁ ମିଳିଛି। ଏହି ଘାତକ ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନାରେ ମୃତ୍ୟୁ ସଂଖ୍ୟା କମିବା ସହିତ ନୂଆ ଆକ୍ରାନ୍ତ ସପ୍ତାହେ ହେବ ଚିହ୍ନଟ ହୋଇ ନାହାନ୍ତି।ଅନ୍ୟପଟେ ଆମେରିକା, ଇଟାଲୀ, ସ୍ପେନ, ଫ୍ରାନ୍ସ ଓ ଇରାନରେ କରୋନାରେ ବିଭୀଷିକା ଦେଖିବାକୁ ମିଳିଛି। ମୋଟ୍ ୨୦୨ଟି ଦେଶରେ ଏହି ମହାମାରୀ କରୋନା ବ୍ୟାପିଛି।
ସାରା ବିଶ୍ୱରେ ୮୫୮,୬୬୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୨, ୧୫୧ ଛୁଇଁଛି। ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧୭୮,୦୯୯।



from Odisha Reporter https://ift.tt/3byWKoy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages