ସୈଫଙ୍କ ଫିଲ୍ମ ଦେଖି କାନ୍ଦିଥିଲେ କରୀନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ସୈଫଙ୍କ ଫିଲ୍ମ ଦେଖି କାନ୍ଦିଥିଲେ କରୀନା

ମୁମ୍ବାଇ: ଗତ ଜାନୁଆରୀ ୩୧ ତାରିଖରେ ରିଲିଜ୍ ହୋଇଥିଲା ବଲିଉଡ୍ ଫିଲ୍ମ ‘ଜବାନୀ ଜାନେମନ୍‌’। ଏଥିରେ ଥିଲେ ସୈଫ୍ ଅଲୀ ଖାନ୍‌ ଓ ତବୁ। ସେହିପରି ଏହି ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଅଲାୟା। ନିକଟରେ ଏକ ସାକ୍ଷାତକାରରେ ଅଲାୟାଙ୍କୁ ପଚରାଯାଇଥିଲା ଯେ ଏହି ଫିଲ୍ମ ପରଦାକୁ ଆସିବା ପରେ ତାଙ୍କୁ କିଛି ସ୍ୱତନ୍ତ୍ର ପ୍ରତିକ୍ରିୟା ମିଳିଥିଲା କି?

ଏହାର ଜବାବରେ ସେ କହିଥିଲେ, ଏହି ଫିଲ୍ମର ସ୍କ୍ରିନିଂକୁ କରୀନା କପୁର ଖାନ୍ ଆସିଥିଲେ। ଫିଲ୍ମ ସରିବା ପରେ ସେ ମୋ ପାଖକୁ ଆସିଥିଲେ ଓ ଏହା ଏକ ଭଲ ଫିଲ୍ମ ବୋଲି କହିଥିଲେ। ତେବେ ଏତିକି କହି ସାରିବା ପରେ ସେ ଭାବପ୍ରବଣ ହୋଇପଡ଼ିଥିଲେ ଓ କାନ୍ଦିଥିଲେ। ଏହା ଦେଖି ମୁଁ ଅନୁଭବ କଲି ଯେ ଫିଲ୍ମଟି କରୀନାଙ୍କ ଭଳି ଅଭିନେତ୍ରୀଙ୍କ ମନକୁ ବେଶ୍ ଛୁଇଁଛି।

ଅଲାୟା ଆହୁରି କହିଥିଲେ, କରୀନାଙ୍କୁ ମୁଁ ଛୁଆବେଳୁ ଅନୁକରଣ କରିଆସିଛି। ତେଣୁ ମୋର ପ୍ରଥମ ଫିଲ୍ମ ବାବଦରେ ତାଙ୍କ ଏଭଳି ପ୍ରତିକ୍ରିୟା ମୋ ପାଇଁ ବହୁତ ବଡ଼ କଥା।

 



from Odisha Reporter https://ift.tt/2R4jnJM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages