ଯୋଗୀଙ୍କ ମଠରେ କରୋନା ଶାନ୍ତି ଯଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ଯୋଗୀଙ୍କ ମଠରେ କରୋନା ଶାନ୍ତି ଯଜ୍ଞ

ଗୋରଖପୁର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ବୈଜ୍ଞାନିକମାନେ ରାତିଦିନ ଏକ କରି ଔଷଧ ବାହାର କରିବା ପାଇଁ ପ୍ରୟାସ କରୁଛନ୍ତି। ହେଲେ ଉତ୍ତର ପ୍ରଦେଶରେ କରୋନା ଭାଇରସର ମୁକାବିଲା ପାଇଁ ବିଶାଳ ଶାନ୍ତି ଯଜ୍ଞର ଆୟୋଜନ କରାଯାଇଛି। ଆଜି ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିରରେ କରୋନା ଭାଇରସର ନିରାକଣ ପାଇଁ ଯଜ୍ଞ କରାଯାଇ ମନ୍ତ୍ର ପାଠ କରାଯାଇଛି। ଏହି ଗୋରଖନାଥ ମନ୍ଦିର ଓ ମଠର ମୁଖ୍ୟ ହେଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଯଜ୍ଞ କଲେ କରୋନା ଭାଇରସ ଭୟରେ ପଳାଇବ ବୋଲି ଯଜ୍ଞକୁ ଆୟୋଜନ କରିଥିବା ମହନ୍ତମାନେ କହିଛନ୍ତି। ଆଜି କରୋନା ନିରାକରଣ ପାଇଁ କରାଯାଇଥିବା ଯଜ୍ଞଟି ବାବା କମଲନାଥଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି। ସେ ଗୋରଖନାଥ ମନ୍ଦିରର କାର୍ଯ୍ୟକାରୀ ମୁଖ୍ୟ ମହନ୍ତ। ଯଜ୍ଞ ଦ୍ୱାରା ପରିବେଶ ପରଷ୍କାର ହେବ ଏବଂ ଏହାଦ୍ୱାରା କରୋନା ଭାଇରସର ନିରାକରଣ ହୋଇପାରିବ ବୋଲି ସେ କହିଛନ୍ତି।

ଯଜ୍ଞରେ ଯୋଗଦେଇଥିବା ଆଚାର୍ଯ୍ୟ ରାମନନ୍ଦ ତ୍ରିପାଠୀ କହିଛନ୍ତି, ଯଜ୍ଞ ବେଳେ ଉଚ୍ଚାରକଣ କରାଯାଉଥିବା ମନ୍ତ୍ର ମଧ୍ୟ ପରିବେଶକୁ ପରିଷ୍କାର କରିବ ଓ ଏହି ମନ୍ତ୍ରରେ ଉଚ୍ଚାରଣ ହେଉଥିବା ଶବ୍ଦ କରୋନା ଭଳି ଭାଇରସକୁ ହରାଇ ଦେବ। ମନ୍ଦିରର ଯଜ୍ଞଶାଳାରେ ବୈଦିକ ରୀତିନୀତିରେ କରାଯାଉଥିବା ଏହି କରୋନା ଶାନ୍ତି ଯଜ୍ଞରେ ୫୧ ଜଣ ଶିଷ୍ୟ ଯୋଗଦେଇ ମନ୍ତ୍ର ପାଠ କରିଥିଲେ।



from Odisha Reporter https://ift.tt/3da3ieQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages