ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ ପିଟିସନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା କାଣ୍ଡର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କରିଥିବା କ୍ୟୁରେଟିଭ ପିଟିସନ ଆଜି ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ଘଟଣା ବେଳେ ପବନ ନାବାଳକ ଥିଲା ବୋଲି ଦାବି କରି କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ପୂର୍ବରୁ ମଧ୍ୟ ସେ ଏହି ମାମଲରେ ରିଭ୍ୟୁ ପିଟିସନ ଦାଖଲ କରି ନିରାଶ ହୋଇଥିଲା।

ଘଟଣା ବେଳେ ସେ ନାବାଳକ ଥିବାରୁ ତା’ର ଫାଶୀ ଦଣ୍ଡକୁ ଆଜୀବନରେ ପରିଣତ କରିବାକୁ ସେ ନିବେଦନ କରିଥିଲା। ହେଲେ ଜଷ୍ଟିସ ଏନଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ୬ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, “ମାମଲାର ଶୁଣାଣି କରିବାର କୌଣସି କାରଣ ନାହିଁ। ଆମେ କ୍ୟୁରେଟିଭ ପିଟିସନରେ ହୋଇଥିବା ଆବେଦନ ଓ ଦସ୍ତାବିଜକୁ ଭଲ ଭାବେ ଅନୁଧ୍ୟାନ କରିଛୁ। ଏଥିରୁ କୌଣସି ନୂଆ ତଥ୍ୟ ବାହାରି ନାହିଁ। ତେଣୁ ଆବେଦନକୁ ଖାରଜ କରାଯାଉଛି।”

ଏହି ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ୍‌ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏଏସ୍‌ ବୋପାନ୍ନା ସଦସ୍ୟ ରହିଥିଲେ।

ପବନର କ୍ୟୁରେଟିଭ ପିଟିସନ ଖାରଜ ହୋଇଥିଲେ ହେଁ ତା’ ପାଖରେ ରାଜକ୍ଷମା ଆବେଦନର ବିକଳ୍ପ ରହିଛି। ଆସନ୍ତାକାଲି ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଯଦି ପବନ ରାଜକ୍ଷମା ଆବେଦନ କରିବ, ତା’ହେଲେ ଫାଶୀ ପୁଣିଥରେ ବିଳମ୍ବିତ ହେବାର ଆଶଙ୍କା ପ୍ରକାଶ ପାଇଛି।



from Odisha Reporter https://ift.tt/2IUJv5n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages