ଆମ୍ବୁଲାନ୍ସ ଯାଉଥିଲା, ଅଟକିଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ଆମ୍ବୁଲାନ୍ସ ଯାଉଥିଲା, ଅଟକିଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୟ ରାତି ପ୍ରାୟ ୭ଟା ୪୫। ମୁଖ୍ୟମନ୍ତ୍ରୀଙ୍କ କାରକେଡ ଏଜି ଛକ ପାର୍ଶ୍ୱରୁ ନବୀନ ନିବାସ  ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା।  ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା। କିନ୍ତୁ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ପହଞ୍ଚି ସାରିଥିବା ବେଳେ ଆମ୍ବୁଲାନ୍ସ ସାଇରନ ବାଜିଲା। ଫଳରେ ରାସ୍ତାରେ କିଛି କ୍ଷଣ ଅଟକିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲକୁ ଆମ୍ବଲାନ୍ସଟି ଯାଉଥିଲା। ଏହି ସମୟରେ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ମଧ୍ୟ ପହଞ୍ଚି ଯାଇଥିଲା। କିନ୍ତୁ ଟ୍ରାଫିକ ଦାୟିତ୍ୱରେ ଥିବା କନଷ୍ଟେବଳ ଆମ୍ବୁଲାନ୍ସକୁ ଗୁରୁତ୍ୱ ଦେଇ କାରକେଡକୁ ଅଟକାଇଥିଲେ । ଆମ୍ବୁଲାନ୍ସ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଯାଇଥିଲା।

ରାଜଧାନୀର ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ଯୋଗୁ ଆମ୍ବୁଲାନ୍ସ ଫସୁଥିବା ବେଳେ ଏହାକୁ ପ୍ରାଥମିକତା ଦେଇ ରାସ୍ତା ଛାଡ଼ିବାକୁ ଟ୍ୱିନସିଟଇ କମିଶନର ଓ ଟ୍ରାଫିକ ଡିସିପି ସବୁବେଳେ ଜନସାଧାରଣଙ୍କ ନିକଟରେ ଅପିଲ କରୁଛନ୍ତି। ଏପରି କ୍ଷେତ୍ରରେ ରୋଗୀର ଜୀବନକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାସ୍ତାରେ ଅଟକିଯିବା ସାଧାରଣ ଜନତାଙ୍କ ପାଇଁ ଏକ ଉଦାହରଣ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବେ ରାଜଧାନୀ ଭୁବନେଶ୍ୱରରେ ଏକ ଆମ୍ବୁଲାନ୍ସ ଟ୍ରାଫିକ୍‌ରେ ଫସି ଯିବାରୁ  ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ଟ୍ରାଫିକ ପରିଚାଳନା ଉପରେ ଅଙ୍ଗୁଳି ଉଠାଇଥିଲେ ସାଧାରଣ ଲୋକେ।



from Odisha Reporter https://ift.tt/2uJPE0B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages