ପିଟିଦେଲା ଟ୍ରକ୍‌; ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ପିଟିଦେଲା ଟ୍ରକ୍‌; ୨ ମୃତ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଥାନା ଅନ୍ତର୍ଗତ ହନୁମାନ ବଜାର ଛକ ନିକଟରେ ଟ୍ରକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ସେମାନେ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ସାନ କେରଞ୍ଜଙ୍ଗର ଗୋଳାବନ୍ଧ ଗାଁରେ ବୋଲି କୁହାଯାଉଛି।

ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ସ୍କୁଟିରେ ସେମାନେ ବଅଁରପାଳ ଅଭିମୁଖେ ଯାଉଥିଲେ। ଏହି ସମୟରେ ଏସ୍‌ପି ଅଫିସ ଆଗରେ ଏକ ଦ୍ରୁତମାଗୀ ଟ୍ରକ୍‌ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଟ୍ରକ୍‌ ତଳେ ସେମାନେ ଚାପି ହୋଇ ରହିଯାଇଥିଲେ ଓ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ସେଠାରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା। ଅନୁଗୋଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଏଥିସହ ମୃତଦେହ ଜବତ କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ପୁଲିସ୍‌ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।



from Odisha Reporter https://ift.tt/2wABhfI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages