ଗୋଟିଏ ପରିବାରର ୫ ଜଣ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ଗୋଟିଏ ପରିବାରର ୫ ଜଣ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହି କ୍ରମରେ ରବିବାର ୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ୫ ଜଣ ଗୋଟିଏ ପରିବାରର। ଏମାନଙ୍କ ଘର କେରଳର। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ  କେକେ ଶୌଲାଜ ଏହି ସୂଚନା ଦେଇଛନ୍ତି।

ଏହି ୫ କରୋନା ଆକ୍ରାନ୍ତଙ୍କୁ ପଥାନାମଥିଟ୍ଟା ହସ୍ପିଟାଲର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ରଖାଯାଇଛି। ଏହି ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ନିକଟରେ ଇଟାଲୀ ଯାଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟ ଦୁଇ ଜଣ ସମ୍ପର୍କୀୟ ହୋଇଥିବାରୁ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ତିନି ଆକ୍ରାନ୍ତ ହେଲେ ବାପା, ମା ଏବଂ ତାଙ୍କର ଜଣେ ଛୁଆ। ଇଟାଲୀରୁ ଫେରିବା ପରେ ତାଙ୍କ ସମ୍ପର୍କୀୟଙ୍କୁ ଭେଟିଥିଲେ। ଏବେ ପାଞ୍ଚ ଜଣ କରୋନାରେ ଆକ୍ରାନ୍ତ।

ଏହି ପରିବାର ଇଟାଲୀ ଯାଇଥିଲେ ବୋଲି ଜଣାପଡ଼ିନଥିଲା। ତେଣୁ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କର ସ୍କ୍ରନିଂ ଟେଷ୍ଟ ହୋଇନଛିଲା। ପ୍ରଥମେ ଏହି ୫ ଜଣ ହସ୍ପିଟାଲରେ ପରୀକ୍ଷା କରିବା ପାଇଁ ରାଜି ହୋଇନଥିଲେ। ବୁଝାସୁଝା କରିବା ପରେ ପରୀକ୍ଷା କରିବା ପାଇଁ ରାଜି ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଶନିବାର ତିନି ଜଣ କରୋନାରେ ଆକ୍ରାନ୍ତ ହେବା ପରେ ୩୪ ପହଞ୍ଚିଥିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ୮ ଜଣଙ୍କ ମଧ୍ୟରେ ଓମାନରୁ ଫେରିଥିବା ତାମିଲନାଡୁର ଜଣେ ବ୍ୟକ୍ତି, ଇରାନରୁ ଫେରିଥିବା ଲଦାଖର ଦୁଇ ଜଣ ନାଗରିକ ରହିଛନ୍ତି।



from Odisha Reporter https://ift.tt/2PYHpVM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages