ଅନୁଷ୍କାଙ୍କ ପାଇଁ ପ୍ରଭାସ ଆଗ, ଫିଲ୍ମ ପଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

ଅନୁଷ୍କାଙ୍କ ପାଇଁ ପ୍ରଭାସ ଆଗ, ଫିଲ୍ମ ପଛ

ମୁମ୍ବାଇ: ‘ବାହୁବଲୀ’ ସିରିଜ୍‌ର ଦୁଇଟି ଯାକ ଫିଲ୍ମ ହିଟ୍ ହୋଇଥିଲା। ଲୋକେ ଦୁଇଟି ଯାକ ଫିଲ୍ମକୁ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରଭାସ ଏବଂ ଅନୁଷ୍କାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏହି ଫିଲ୍ମ ପରେ ଶୁଣିବାକୁ ମିଳିଥିଲା ଯେ ଦୁହେଁ ପରସ୍ପରକୁ ଡେଟ୍‌ କରୁୁଛନ୍ତି। ହେଲେ ପ୍ରଭାସ ଏହାକୁ ଖଣ୍ଡନ କରିଥିଲେ। ଅନ୍ୟପକ୍ଷରେ ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା କହିଛନ୍ତି ଯେ ଫିଲ୍ମଠୁ ସେ ପ୍ରଭାସଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ତେବେ ପ୍ରକୃତ କଥା କ’ଣ ଜାଣନ୍ତୁ।

ଏହି ସାକ୍ଷାତକାରରେ ଅନୁୁୁଷ୍କାଙ୍କୁ ପଚରା ଯାଇଥିଲା ଯେ ସେ ପ୍ରଭାସ ଓ ଫିଲ୍ମ ମଧ୍ୟରୁ କେଉଁ ଗୋଟିକୁ ବାଛିବେ। ଅନୁଷ୍କା ଉତ୍ତର ଦେଇଥିଲେ ଯେ ସେ କାମ ପାଇଁ ତାଙ୍କ ବନ୍ଧୁତା ଭାଙ୍ଗି ପାରିବେ ନାହିଁ।

ଅନୁଷ୍କାଙ୍କ କହିବାନୁସାରେ, ସେ ଗଲା ୧୫ ବର୍ଷ ହେଲା ପ୍ରଭାସଙ୍କୁ ଜାଣିଛନ୍ତି। ସେମାନଙ୍କ ଚିନ୍ତାଧାରା ମଧ୍ୟ ମିଶିଯାଏ। ଏହି ସାକ୍ଷାତକାରରେ ସେ ପ୍ରଭାସଙ୍କୁ ଡେଟ୍‌ କରୁଛନ୍ତି କି ନାହିଁ ବୋଲି ବି ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ- ଯଦି ଏହିପରି କିଛି ଘଟିଥା’ନ୍ତା, ତା’ହେଲେ ଏହା ସାମ୍ନାକୁ ଆସିଥା’ନ୍ତା। ପ୍ରଭାସ ଓ ସେ ସମାନ ଚିନ୍ତାଧାରାର ଲୋକ, ଯେଉଁମାନେ ନିଜ ଭାବନାକୁ କେବେ ଲୁଚାନ୍ତି ନାହିଁ।



from Odisha Reporter https://ift.tt/2UE6G9s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages