ପୁଲିସ୍‌ କର୍ମଚାରୀଙ୍କ ପରିବାରକୁ ମାଗଣାରେ କ୍ଷୀର ବାଣ୍ଟିଲେ ପ୍ରାଣୀଧାନ ନିରୀକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

ପୁଲିସ୍‌ କର୍ମଚାରୀଙ୍କ ପରିବାରକୁ ମାଗଣାରେ କ୍ଷୀର ବାଣ୍ଟିଲେ ପ୍ରାଣୀଧାନ ନିରୀକ୍ଷକ

ଭଦ୍ରକ(ପାର୍ଥ ସାରଥୀ ନାୟକ): କରୋନା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ହୋଇଛି। ଆଉ ଏହି ଲକ୍‌ ଡାଉନ୍‌କୁ ନେଇ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପୁଲିସ୍ କର୍ମଚାରୀମାନେ ନିଜ ଜୀବନକୁ ବାଜି  ଲଗାଇ କାମ କରୁଛନ୍ତି। ଫଳରେ ସେମାନେ ତାଙ୍କ ପରିବାରକୁ ସମୟ ଦେଇ ପାରୁ ନାହାନ୍ତି। ଏଥିସହ  ଅତ୍ୟାବଶ୍ୟକ ସମଗ୍ରୀ ଆଣିପାରୁ ନାହାନ୍ତି।

ଏହି ସମୟରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ପ୍ରାଣୀଧାନ ନିରୀକ୍ଷକ ପ୍ରିୟବ୍ରତ ରାଉତ ଓ ତାଙ୍କର ଜଣେ ଗୋପାଳକ ସାଥୀ ଅକ୍ଷୟ କୁମାର ବାରିକ ସହାୟତାର ହାତ ବଢ଼ାଇଛନ୍ତି।

ସେମାନେ ଭଦ୍ରକ ଜିଲ୍ଲା  ବନ୍ତ ବ୍ଲକର ବନ୍ତ ଥାନା ଓ ଅଗରପଡ଼ା ଥାନାରେ କାର୍ଯ୍ୟରତ ପୁଲିସ୍‌ କର୍ମଚାରୀଙ୍କ  ଘରେ ପହଞ୍ଚି ପ୍ରତି ପରିବାରକୁ ୨ ଲିଟର ଲେଖାଏ ଦୁଗ୍ଧ ଆଜି ମାଗଣାରେ ଦେଇଛନ୍ତି। ପ୍ରାଣୀଧାନ ନିରୀକ୍ଷକଙ୍କ ଏହି ମହତ କାମକୁ ସମସ୍ତ ପୁଲିସ କର୍ମଚାରୀ ସାଧୁବାଦ ଜଣାଇଛନ୍ତି।



from Odisha Reporter https://ift.tt/2xpbnvZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages