ନୂଆଦିଲ୍ଲୀ: ଦେଶ ପାଇଁ ଚିନ୍ତା ବଢ଼ାଇଲା କରୋନା ଭାଇରସ। ସୋମବାର ଦୁଇ ଜଣ କରୋନାରେ ଶିକାର ହୋଇଥିବା ବେଳେ ବୁଧବାର ସୁଦ୍ଧା ଏହି କରୋନା ରୋଗୀଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀର ପର୍ଯ୍ୟଟକ। ଭାରତ ଗସ୍ତରେ ଆସିଥିବା ବେଳେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।
ଗତକାଲି ଦିଲ୍ଲୀର ଏକ ହୋଟେଲରେ ଥିବା ଇଟାଲୀର ୧୪ ପର୍ଯ୍ୟଟକ ଏବଂ ଜଣେ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଏବେ ଏମାନଙ୍କ ପାଖରେ କରୋନାର ଲକ୍ଷଣ ଥିବା ଚିହ୍ନଟ ହୋଇଛି। ଏସମସ୍ତଙ୍କୁ ଆଇଟିବିପି କ୍ୟାମ୍ପକୁ ମଙ୍ଗଳବାର ଠାରୁ ପଠାଇ ଦିଆଯାଇଛି। ଏହା ବ୍ୟତୀତ ଦିଲ୍ଲୀ, ହାଇଦ୍ରାବାଦ ଏବଂ ଜୟପୁରରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଅନ୍ୟପଟେ କିନ୍ତୁ ଦିଲ୍ଲୀ ନୋଏଡାରେ କରୋନା ସନ୍ଦେହରେ ୬ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ସମସ୍ତଙ୍କ ନମୁନାରେ କରୋନାରେ କୌଣସି ପ୍ରକାର ଲକ୍ଷଣ ନଥିବା ସ୍ପଷ୍ଟ ହୋଇଛି।
ମଙ୍ଗଳବାର ପ୍ରଥମେ ରାଜସ୍ଥାନ ଜୟପୁରରେ ଜଣେ ୬୯ ବର୍ଷୀୟ ଇଟାଲୀ ପର୍ଯ୍ୟଟକଙ୍କ ନମୁନାରେ କରୋନା ଥିବା ସ୍ପଷ୍ଟ ହୋଇଥିଲା। ଏବେ ସେ ସାୱାଇ ମ୍ୟାନ୍ ସିଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାପରେ ଦିଲ୍ଲୀର ଏକ ହୋଟେଲରେ ଥିବା ୨୧ ଜଣ ପର୍ଯ୍ୟଟକ ଏବଂ ତିନିଜଣ ଭାରତୀୟ ଟୁର୍ ଅପରେଟରଙ୍କୁ ଦିଲ୍ଲୀର ଆଇଟିବିପି କ୍ୟାମ୍ପକୁ ମାର୍ଚ୍ଚ ୩ରୁ ପଠାଇ ଦିଆଯାଇଛି। ଏଥିମଧ୍ୟରୁ ୧୪ ଜଣ ପର୍ଯ୍ୟଟକ ଏବଂ ଜଣେ ଭାରତୀୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।
from Odisha Reporter https://ift.tt/2uV3Ns0
No comments:
Post a Comment