ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ମାମଲାରେ ଏଯାବତ ୪୩୬ଟି ମାମଲା ରୁଜୁ ହୋଇଛି। ମୋଟ୍ ୧,୪୨୭ ଜଣଙ୍କୁ ହିଂସା ଅଭିଯୋଗରେ ଗିରଫ କରାଯାଇଛି। ମୋଟ୍ ୪୩୬ଟି ମାମଲାରୁ ୫୦ଟି ମାମଲା ଆର୍ମସ୍ ଆକ୍ଟ ଅନୁଯାୟୀ ହୋଇଛି। ମଙ୍ଗଳବାର ଦିଲ୍ଲୀ ପୁଲିସର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଗତ ୬ ଦିନ ତଳେ ହୋଇଥିବା ହିଂସା ଘଟଣା ବେଳେ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ (ଚଉଜ) କୌଣସି ଫୋନ୍ ଫୋନ୍ ରିସିଭ୍ କରିନଥିଲା। ଏବେ ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ରହିଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଦିଲ୍ଲୀ ପୁଲିସ କହିଛି।
ଗତ ସପ୍ତାହରେ ମଉଜପୁରରେ ହିଂସା ବେଳେ ଅସ୍ତ୍ରଶସ୍ତ୍ର ପୁଲିସ କର୍ମଚାରୀ ଓ ହିଂସାକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ହିଂସାକାରୀ ମହମ୍ମଦ ଶାହାରୁଖ ବନ୍ଧୁକ ଧରି ହିଂସାକୁ ଆହୁରି ଉସକାଇଥିଲା। ନିକଟରେ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ତାକୁ ଗିରଫ କରିଛି ପୁଲିସ୍।
from Odisha Reporter https://ift.tt/32YIhzj
No comments:
Post a Comment