ଶୌଚ ପାଇଁ ଯାଇଥିଲେ; ଦଳି ଦେଲା ଦନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ଶୌଚ ପାଇଁ ଯାଇଥିଲେ; ଦଳି ଦେଲା ଦନ୍ତା

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ଅନ୍ତର୍ଗତ ହେମାମୁରା ଗାଁରେ ଜଣେ ମହିଳାଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଛି। ମୃତ ମହିଳାଙ୍କ ନାଁ ପ୍ରଭାତୀ ପ୍ରଧାନ।

ଗତକାଲି ସନ୍ଧ୍ୟାରେ ପ୍ରଭାତୀ ତାଙ୍କ ଘର ବାରିପଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ଏହି ଦନ୍ତା ହାତୀ ସେଠାରେ ପହଞ୍ଚି ଯାଇଥିଲା ଓ ତାଙ୍କୁ ଦଳି ଦେଇଥିଲା। ପ୍ରଭାତୀ ଫେରିବାରେ ବିଳମ୍ୱ ହେବାରୁ ତାଙ୍କ ଘର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ତାଙ୍କ ମୃତଦେହ ପାଇଥିଲେ। ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ବନ ବିଭାଗ ଘଟଣାସ୍ଥଳରେ ବହୁ ବିଳମ୍ୱରେ ପହଞ୍ଚିଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବନ ବିଭାଗ କର୍ମଚାରୀମାନେ ବୁଝାସୁଝା କରିଥିଲା। ଏଥିସହ ଶବ ସତ୍କାର ପାଇଁ ୧୦ ହଜାର ଟଙ୍କା ଓ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଉତ୍ତେଜନା ଥମିଥିଲା।  କିଛି ଦିନ ହେବ ଏହି ଅଞ୍ଚଳରେ ଏହି ଦନ୍ତା ହାତୀ ଆତଙ୍କ ଖେଳାଉଥିବା ସୂଚନା ମିଳିଛି।



from Odisha Reporter https://ift.tt/3aB9gTV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages