ପବନରେ ଉଡ଼ି ଯାଇଥିବା ପୋଷାକ ଆଣିବାକୁ ଯାଇ ହାରିଲେ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ପବନରେ ଉଡ଼ି ଯାଇଥିବା ପୋଷାକ ଆଣିବାକୁ ଯାଇ ହାରିଲେ ଜୀବନ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପବନରେ ଉଡ଼ି ଯାଇଥିବା ପୋଷାକ ଆଣିବାକୁ ଯାଇ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିବା ବଲାଙ୍ଗିର ସରକାରୀ ଆଇଟିଆଇ କଲେଜର ଛାତ୍ର ସୌମ୍ୟରଞ୍ଜନ ଭୋଇଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ସୋନପୁର ଜିଲ୍ଲା ତମାମୁରା ଗାଁରେ। ସେ ବଲାଙ୍ଗିର ସହର ସ୍ଥିତ ଶାନ୍ତିପଡ଼ାରେ ଏକ ମେସ୍‌ରେ ରହୁଥିଲେ।

ଗତକାଲି ସୌମ୍ୟରଞ୍ଜନ ଛାତ ଉପରେ ତାଙ୍କର କିଛି ପୋଷାକ ଶୁଖାଇଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ପବନରେ ତାଙ୍କ ପ୍ୟାଣ୍ଟ ଓ ଶର୍ଟ ଉଡ଼ି ଅନ୍ୟ ଏକ ଛାତରେ ପଡ଼ିଥିଲା। ସେ ଉକ୍ତ ଛାତକୁ ଯାଇ ପ୍ୟାଣ୍ଟ-ଶର୍ଟ ଆଣିବା ବେଳେ ତା’ ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ।

ସୌମ୍ୟରଞ୍ଜନ ଛାତ ଉପରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଶାନ୍ତିପଡ଼ାରେ ଅନେକ ଘର ଉପର ଦେଇ ବିଦ୍ୟୁତ୍‌ ତାର ଯାଇଛି। ଏନେଇ ବାରମ୍ୱାର ବିଦ୍ୟୁତ ବିଭାଗକୁ ସ୍ଥାନୀୟ ଲୋକେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଘର ମାଲିକ ଏବଂ ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ସୌମ୍ୟରଞ୍ଜନଙ୍କ ଜୀବନ ଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2VUlK59

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages