ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କଟା କଞ୍ଚା ଲଙ୍କା, କଟା ପିଆଜ, ସୋରିଷ ବଟା, କଦଳୀ ପତ୍ର, ଲେମ୍ବୁ ରସ, ଲୁଣ ଓ ସୋରିଷ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ପତ୍ରକୁ ଭଲ ଭାବେ ଧୋଇ ଶୁଖାଇ ଦିଅନ୍ତୁ। ତା’ପରେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ତାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏଥିରେ ସୋରିଷ ବଟା, କଟା ପିଆଜ, ଲେମ୍ବୁ ରସ ଓ କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ କଦଳୀ ପତ୍ରରେ ରଖନ୍ତୁ ଓ ପତ୍ରକୁ ମୋଡ଼ି ସୂତାରେ ବାନ୍ଧିଦିଅନ୍ତୁ। ତା’ପରେ ଏହାକୁ ଚୁଲି ଭିତରେ ରଖନ୍ତୁ (ମନେ ରଖିବେ ଚୁଲିରେ ମଧ୍ୟମ ଆଞ୍ଚ ରହିବ)। ପୋଡ଼ିବା ବାସ୍ନା ଆସିଲେ ଏହାକୁ ଓଲଟାଇ ଦିଅନ୍ତୁ। ଉଭୟ ପାର୍ଶ୍ୱ ଭଲ ଭାବେ ସିଝିବା ଲାଗି ୧୦ରୁ ୧୫ ମିନିଟ୍ ସମୟ ଲାଗିବ। ଏହା ପରେ ଏହାକୁ ଚୁଲିରୁ କାଢ଼ି ଆଣନ୍ତୁ। କଦଳୀ ପତ୍ରକୁ ଖୋଲି ସେଥିରେ ଆଉ କିଛି କଟା ପିଆଜ ଓ ସୋରିଷ ତେଲ ପକାଇ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘କଦଳୀ ପତ୍ର ଚିଙ୍ଗୁଡ଼ି ପୋଡ଼ା’।
from Odisha Reporter https://ift.tt/3aqKxl1
No comments:
Post a Comment