ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା; କପି ରୋକିବାକୁ ୨ ଥର ହେବ ଯାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା; କପି ରୋକିବାକୁ ୨ ଥର ହେବ ଯାଞ୍ଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ ।  ଆଜି ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଗୋଟାଏ ଯାଏ ଚାଲିବ । ସମୁଦାୟ ୧,୧୪୩ କେନ୍ଦ୍ରରେ ସାଢ଼େ ୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ସୂଚନା ଅନୁସାରେ, ରାଜ୍ୟର ୨୦୨ଟି ହବ୍‌ରେ ପ୍ରଶ୍ନପତ୍ର ରଖାଯାଇଛି । ଆଜି ଦିନ ସାଢ଼େ ୯ଟା ସୁଦ୍ଧା ତାହା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ । ୧୦ଟାରେ ତାହା ପରୀକ୍ଷାର୍ଥୀଙ୍କୁ ଦିଆଯିବ । ଏବର୍ଷ ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ କପି ଓ ନକଲି ପରୀକ୍ଷାର୍ଥୀ ରୋକିବାକୁ କେନ୍ଦ୍ରରେ ପିଲାଙ୍କୁ ଦୁଇ ଦୁଇ ଥର ଯାଞ୍ଚ କରାଯିବ ।

ପ୍ରଥମ ଚେକିଂରେ ପିଲାଙ୍କ ପରିଚୟ ପତ୍ର ଯାଞ୍ଚ ହେବ ଏବଂ ଦ୍ୱିତୀୟ ଚେକିଂରେ କପି ଯାଞ୍ଚ କରାଯିବ । ମାଓ ଉପଦ୍ରୁତ ଅଞ୍ଚଳରେ ସୁରୁଖୁରୁରେ ପରୀକ୍ଷା କରାଇବା ପାଇଁ ସିଏଚ୍ଏସ୍ଇ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । 



from Odisha Reporter https://ift.tt/2Icve3t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages