ଫ୍ଲୋର ଟେଷ୍ଟ ଦାବିରେ ସୁପ୍ରିମକୋର୍ଟ ପହଞ୍ଚିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ଫ୍ଲୋର ଟେଷ୍ଟ ଦାବିରେ ସୁପ୍ରିମକୋର୍ଟ ପହଞ୍ଚିଲା ବିଜେପି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଥିବା କ୍ଷମତାଯୁଦ୍ଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ରାଜ୍ୟପାଳ ଲାଲଜୀ ଟଣ୍ଡନ ଆଜି(ସୋମବାର) ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ କମଲନାଥ ସରକାରଙ୍କୁ କହିଥିଲେ। ହେଲେ ବିଧାନସଭା ବାଚସ୍ପତି କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଗୃହକୁ ଆସନ୍ତା ୨୬ ତାରିଖ ଯାଏ ମୁଲତବୀ ଘୋଷଣା କରିଛନ୍ତି। ଅର୍ଥାତ କମଲନାଥ ସରକାରଙ୍କୁ ଆସ୍ଥା ଭୋଟ ପୂର୍ବରୁ ୧୦ ଦିନର ଲାଇଫଲାଇନ ମିଳିଛି।

ତେବେ ଏହା ବିରୋଧରେ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ବିଧାନସଭାରେ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦଳ ଦାବି କରିଛି। ସୁପ୍ରିମକୋର୍ଟ ଆସନ୍ତାକାଲି ଏହାର ଶୁଣାଣି କରିବେ।

ବିଜେପି ନେତା ଶିବରାଜ ସିଂହ ଚୌହାନ କହିଛନ୍ତି, “କରୋନା ଭାଇରସ କମଲନାଥ ସରକାରଙ୍କୁ ରକ୍ଷା କରିପାରିବ ନାହିଁ। ସେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ତେଣୁ ଆଜି କରୋନା ଆଳରେ ଆସ୍ଥା ଭୋଟକୁ ଏଡ଼ାଇ ଦେଇଛନ୍ତି। ଆମର ଆଶା ସୁପ୍ରିମକୋର୍ଟ ଉପଯୁକ୍ତ ନିଷ୍ପତ୍ତି ନେବେ। କ୍ଷମତାରେ ରହିବା ପାଇଁ କମଲନାଥଙ୍କର କୌଣସି ଅଧିକାର ନାହିଁ।”

ଅନ୍ୟପକ୍ଷରେ ବିଜେପି ରାଜ୍ୟପାଳ ଟଣ୍ଡନଙ୍କୁ ମଧ୍ୟ କମଲନାଥ ସରକାର ବିରୋଧରେ ଫେରାଦ ହୋଇଛି। ଏଥିସହ ଦଳ ପାଖରେ ୧୦୬ ଜଣ ସଦସ୍ୟ ରହିଛନ୍ତି ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ଖାଲି ଏତିକି ନୁହେଁ, ଦଳ ପକ୍ଷରୁ ୧୦୬ ଜଣ ବିଧାୟକଙ୍କୁ ରାଜ୍ୟପାଳଙ୍କ ଆଗରେ ହାଜର କରାଯାଇଥିଲା।

କମଲନାଥ ସରକାରଙ୍କୁ ସମର୍ଥନ ଦେଉଥିବା ଦଳର ୨୨ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେବା ପରେ ରାଜ୍ୟରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି।



from Odisha Reporter https://ift.tt/2UfNxdU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages