କରୋନା ମୃତ୍ୟୁସଂଖ୍ୟା ୬ହଜାର ୫ ଶହ ଡେଇଁଲା, ଇଟାଲୀରେ ଗୋଟିଏ ଦିନରେ ୩୬୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

କରୋନା ମୃତ୍ୟୁସଂଖ୍ୟା ୬ହଜାର ୫ ଶହ ଡେଇଁଲା, ଇଟାଲୀରେ ଗୋଟିଏ ଦିନରେ ୩୬୮ ମୃତ

ୱାଶିଂଟନ: ମହାମାରୀ କରୋନା ଭାଇରସ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ କବଳିତ କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସକୁ ନେଇ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଇତି ମଧ୍ୟରେ ସାରା ବିଶ୍ୱରେ ୬୫୨୫ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୭୦,୦୫୧ରେ ପହଞ୍ଚିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନାରେ ଆକ୍ରାନ୍ତ ହୋଇ ୭୭,୭୭୮ ଜଣ ଲୋକ ଘରକୁ ଫେରିଛନ୍ତି। ତେବେ ଚାଇନା ପରେ ଇଟାଲୀର ସ୍ଥିତି ସାଂଘାତିକ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୩୬୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କାରୋନା ଜନିତ ମୃତ୍ୟୁସଂଖ୍ୟା ୧୮୦୯ରେ ପହଞ୍ଚି ଯାଇଛି।

ଇଟାଲୀ ପରେ ଇରାନରେ ମଧ୍ୟ ଦିନକୁ ଦିନ କରୋନା ମୁଣ୍ଡ ନେବାରେ ଲାଗିଛି। ଏଠାରେ କରୋନା ମୃତ୍ୟୁସଂଖ୍ୟା ୭୨୪ ରହିଛି। ଏକାଧିକ ରାଷ୍ଟ୍ର ଲୋକଙ୍କୁ ସତର୍କ ରହିବା ସହ କଟକଣା ଜାରି କରିଛନ୍ତି। ହେଲଷ କରୋନା ପଞ୍ଝାରୁ କୌଣସି ବି ରାଷ୍ଟ୍ର ଏଯାଏ ବର୍ତ୍ତି ପାରିନାହାନ୍ତି। ତେବେ ୭୭ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଲୋକଙ୍କ ମନରେ ଏକ ନୂଆ ଆଶା ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ କରୋନା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୧୩ରେ ପହଞ୍ଚିଛି। ଏଠାରେ ୬୭,୭୬୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯,୮୯୩ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୩୨୨୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୮୦୯ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୬୦୩। ସୁସ୍ଥ ହୋଇ ୨,୩୩୫ ଜଣ ଲୋକ ଘରକୁ ଫେରିଛନ୍ତି। ଇରାନରେ ୭୨୪ ଜଣ ପ୍ରାଣ ହରାଇଥିବା ବେଳେ ୮,୬୨୪ ଜଣ ଚିକିତ୍ସିତ ହେଉଛନ୍ତି।

ଏହା ବ୍ୟତୀତ ଦକ୍ଷିଣ କରୋନାରେ ୭୫ ଜଣ, ସ୍ପେନରେ ୨୯୪, ଜର୍ମାନୀରେ ୧୩, ‍ଫ୍ରାନ୍ସରେ ୧୨୭, ଆମେରିକାରେ ୬୯, ସ୍ୱିଜରଲ୍ୟାଣ୍ଡରେ ୧୪, ବ୍ରିଟେନରେ ୩୫, ନରୱେରେ ୩, ନେଦରଲ୍ୟାଣ୍ଡସରେ ୨୦, ସ୍ୱିଡେନରେ ୩, ବେଲଜିୟମରେ ୩, ଜାପାନରେ ୨୫, ଫିଲିପାଇନ୍ସରେ ୧୨, ଇରାକରେ ୧୦, ପାକିସ୍ତାନରେ ୧, ସୁଦାନରେ ୧, ଗୁଏଟମାଲାରେ ୧, ୟୁକ୍ରେନରେ ୧, ଗୁଆନାରେ ୧, ଆର୍ଜେବାଇଜାନରେ ୧, ମର୍କୋରେ ୧, ଇକ୍ୱିଡରରେ ୨, ହଙ୍ଗେରୀରେ ୧, ଆଲବାନିଆରେ ୧, ବୁଲଗେରିଆରେ ୨, ଆଲଜେରିଆରେ ୪, ପାନମାରେ ୧, ଆର୍ଜେଣ୍ଟିନାରେ ୨, ତାଇୱାନରେ ୧, ସାନ ମାରିନୋରେ ୭, ଲେବାନନରେ ୩, ଇଣ୍ଡୋନେସିଆରେ ୫, ଥାଇଲ୍ୟାଣ୍ଡରେ ୧, ପୋଲାଣ୍ଡରେ ୩, ଇଜିପ୍ଟରେ ୨, ହଂକଂରେ ୪, ଆୟର୍ଲ୍ୟାଣ୍ଡରେ ୨, ସ୍ଲୋଭେନିଆରେ ୧, ଗ୍ରୀସରେ ୪, ଅଷ୍ଟ୍ରେଲିଆରେ ୬, ବାହାରିନରେ ୧, କାନାଡାରେ ୧ ଓ ଭାରତରେ ୨ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2wdOdbB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages