ପ୍ରଥମଥର ଭାରତୀୟ ମହିଳା ଦଳକୁ ବିଶ୍ୱକପ ଫାଇନାଲ ଟିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

ପ୍ରଥମଥର ଭାରତୀୟ ମହିଳା ଦଳକୁ ବିଶ୍ୱକପ ଫାଇନାଲ ଟିକେଟ୍‌

ସିଡନୀ: ସେମି ଫାଇନାଲ ମ୍ୟାଚ୍‌ ନ ଖେଳିବି ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା-ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚି ଯାଇଛି ଭାରତ। ଆଜି ଇଂଲଣ୍ଡ ବିପକ୍ଷରେ ହରମନପ୍ରୀତ କୌରଙ୍କ ଟିମ୍‌ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍‌ ଖେଳିବାର ଥିଲା। ହେଲେ ପ୍ରବଳ ବର୍ଷା ଲାଗି ରହିବାରୁ ମ୍ୟାଚ୍‌କୁ ବାତିଲ କରାଯାଇଛି। କିନ୍ତୁ ଟିମ୍‌ ଇଣ୍ଡିଆ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଥିବାରୁ ଦଳକୁ ଏହାର ଫାଇଦା ମିଳିଛି।

ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୮ ପଏଣ୍ଟ ପାଇଥିବା ବେଳେ ଇଂଲଣ୍ଡ ୬ ପଏଣ୍ଟ ପାଇଥିଲା। ଏହି ଆଧାରରେ ଭାରତ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲ ଖେଳିବ।

ଗ୍ରୁପ ପର୍ଯ୍ୟାୟରେ ଉଭୟ ଇଂଲଣ୍ଡ ଓ ଭାରତ ୪ଟି ଲେଖାଏ ମ୍ୟାଚ୍‌ ଖେଳିଥିଲେ। ଭାରତ ୪ଟିରୁ ୪ଟି ଯାକ ଜିତିଥିବା ବେଳେ ଇଂଲଣ୍ଡ ୩ଟି ମ୍ୟାଚ୍‌ ଜିତିଥିଲା। ଭାରତ ତୁଳନାରେ ଇଂଲଣ୍ଡର ରନ ରେଟ୍‌ ଭଲ ମଧ୍ୟ ଥିଲା। କିନ୍ତୁ ଇଂଲଣ୍ଡ ଭାରତ ଠାରୁ ଗୋଟିଏ ମ୍ୟାଚ୍‌ କମ ଜିତିଥିବାରୁ ଦଳକୁ ଏହା ମହଙ୍ଗା ପଡ଼ିଛି।

ସେମି ଫାଇନାଲ ମ୍ୟାଚ୍‌ ବାତିଲ ହେବା ଏବଂ ଭାରତ ଫାଇନାଲକୁ ପ୍ରବେଶ କରିବା ପରେ ଇଂଲଣ୍ଡ ଅଧିନାୟକ ହେଥର ନାଇଟ କହିଛନ୍ତି, “ଏହା ନିଶ୍ଚିତ ଭାବେ ଆମକୁ ନିରାଶ କରିଛି। ବିଶ୍ୱକପ ଅଭିଯାନ ଏଭଳି ଶେଷ ହେବ ବୋଲି କେବେ କେହି ଆଶା କରି ନଥିବେ। ତେବେ ଏଭଳି ନିଷ୍ପତ୍ତିରେ ଆମେ ଅଧିକ କିଛି କରିପାରିବୁ ନାହିଁ।

ସେମିଫାଇନାଲ ପାଇଁ ଗୋଟିଏ ସଂରକ୍ଷିତ ଦିବସ ରଖିଥିଲେ ହୁଏତ ଭଲ ହୋଇଥାଆନ୍ତା। ଦକ୍ଷିଣ ଆଫ୍ରିକା ଠାରୁ ପ୍ରଥମ ମ୍ୟାଚ୍‌ରେ ହାରିବା ଆମକୁ ମହଙ୍ଗା ପଡ଼ିଛି। ଆମେ ସେମିଫାଇନାଲରେ ପ୍ରବେଶ ପାଇଁ ଆଶା ରଖି ନଥିଲୁ। ହେଲେ ଆମେ ଏହା କରି ଦେଖାଇଥିଲୁ। ହେଲେ ଖରାପ ପାଗ ଆମର ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଛି।”

ଭାରତୀୟ ଅଧିନାୟକ ହରମନପ୍ରୀତ କୌର ମଧ୍ୟ ମ୍ୟାଚ୍‌ ନ ହୋଇ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଠିକ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି, “ଖରାପ ପାଗ ପାଇଁ ମ୍ୟାଚ୍ ନ ହେବା ଏକ ଦୁର୍ଭାଗ୍ୟର ବିଷୟ। କିନ୍ତୁ ନିୟମ ଏଭଳି ହିଁ ରହିଛି। ଭବିଷ୍ୟତରେ ନକ ଆଉଟ ମ୍ୟାଚ୍‌ ଗୁଡ଼ିକ ପାଇଁ ସଂରକ୍ଷିତ ଦିବସ ରଖାଯିବା ଭଲ।

ଆମେ ପ୍ରଥମ ଦିନରୁ ହିଁ ସବୁ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିଲୁ। କିନ୍ତୁ ଆମେ ସେମି ଫାଇନାଲ ମ୍ୟାଚ୍‌ ନ ଖେଳିବା ନିଶ୍ଚିତ ଏକ କଠିନ ବ୍ୟାପାର।”

ଭାରତ ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ, ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶ, ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଓ ୪ର୍ଥ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇଥିଲା। ଏବେ ଦଳ ଫାଇନାଲରେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍‌ଟି ସିଡ୍‌ନୀରେ ହିଁ ସ୍ଥାନୀୟ ସମୟ ରାତି ୭.୩୦ରେ ଖେଳାଯିବାର ଅଛି। ଯଦି ଏହି ମ୍ୟାଚ୍‌ରେ ମଧ୍ୟ ବର୍ଷା ହେବ, ତା’ହେଲେ ରନରେଟ୍‌ ଆଧାରରେ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିବ।



from Odisha Reporter https://ift.tt/2IjCbzE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages