ବ୍ରହ୍ମଗିରି( ରବି ନାରାୟଣ ପୂଜାରୀ) ସୋମବାର ରାତିରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସିପସୁର ବାଲି ଜଙ୍ଗଲରେ ଲାଗି ରହିଥିବା ନିଆଁ ଥମିବା ନାଁ ଧରୁ ନାହିଁ। ଗତ ୨ ଦିନ ଧରି ଜଳୁଥିବାରୁ ଏକର ଏକର ଜଙ୍ଗଲ ପୋଡ଼ି ପାଉଁଶ ହେବାରେ ଲାଗିଛି।
ଘଟଣାସ୍ଥଳକୁ ଦମକଳବାହିନୀ କର୍ମଚାରୀ ପହଞ୍ଚି ପାରୁ ନ ଥିବା ବେଳେ କେବଳ ବନ ବିଭାଗ କର୍ମଚାରୀ ଛୋଟ ଛୋଟ ଡ୍ରମ୍ରେ ପାଣି ନେଇ ତାହାକୁ ସ୍ପ୍ରେ କରି ନିଆଁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ତୁରନ୍ତ ଏହି ନିଆଁ ଲିଭାଇବାକୁ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
from Odisha Reporter https://ift.tt/39USxep
No comments:
Post a Comment