ଗିରଫ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ, କରୋନା ନେଇ ମିଛ ଖବର ଭାଇରାଲ୍ କରିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ଗିରଫ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ, କରୋନା ନେଇ ମିଛ ଖବର ଭାଇରାଲ୍ କରିଥିଲେ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସୋଶାଲ ମିଡିଆରେ କରୋନା ସମ୍ପର୍କିତ ମିଛ ଖବର ଭାଇରାଲ୍‌ କରି ଗିରଫ ହୋଇଥିବା ଜଣେ ଶିକ୍ଷକଙ୍କୁ କଳାହାଣ୍ଡି ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଏହି ଶିକ୍ଷକଙ୍କ ନାଁ ବିନ୍ଦୁ ମହାନନ୍ଦ। ସେ ଗୋଲାମୁଣ୍ଡା ବ୍ଲକ୍‌ ଡୁଡକେଲା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଗତ ୧୫ ତାରିଖରେ ସୋଶାଲ ମିଡିଆରେ କରୋନା ନେଇ ମିଛ ଖବର ଭାଇରାଲ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଥିଲେ।

ଗୋଲାମୁଣ୍ଡା ଅଞ୍ଚଳର ଖଲିଆପାଲି ଗାଁରେ ଜଣେ ବ୍ୟକ୍ତି ବାଙ୍ଗାଲୋରରୁ ଘରକୁ ଫେରିଛନ୍ତି ଓ ତାଙ୍କୁ କରୋନା ହୋଇଛି ବୋଲି ଗତ ୧୪ ତାରିଖରେ ଏକ ଗୁଜବ ସୋଶାଲ ମିଡିଆରେ ପ୍ରଚାର ହୋଇଥିଲା। ଏହି ଖବର ପ୍ରଚାର ହେବା ପରେ ପୂରା ଧର୍ମଗଡ଼ ସବ୍‌ ଡିଭିଜନ୍‌ରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ପୁଲିସ ଏହି ବିଷୟରେ ଖବର ପାଇ ନିଜ ଆଡୁ ତଦନ୍ତ କରିଥିଲା। ବିନ୍ଦୁଙ୍କ ମୋବାଇଲରୁ ଏହି ମେସେଜଟି ଆସିଥିବା ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ୍ ପ୍ରଥମେ ବିନ୍ଦୁଙ୍କୁ ପଚରାଉଚରା କରି ତାଙ୍କ ମୋବାଇଲଟିକୁ ସିଜ୍‌ କରିଥିଲା। ଏହା ପରେ ୧୫ ତାରିଖରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।



from Odisha Reporter https://ift.tt/2QnuwVx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages