ସୁରକ୍ଷା ମାଗିଲେ ମଧ୍ୟପ୍ରଦେଶ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ସୁରକ୍ଷା ମାଗିଲେ ମଧ୍ୟପ୍ରଦେଶ ବିଧାୟକ

ବେଙ୍ଗାଲୁରୁ: ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଏବେ ସୁରକ୍ଷା ଚିନ୍ତା ଘାରିଛି। ବେଙ୍ଗାଲୁରୁରେ ଏକାଠି ହୋଇଥିବା ଏହି ବିଧାୟକମାନେ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ କମଲ ନାଥ କୁଆଡ଼େ ସେମାନଙ୍କ ଉପରେ ଆକ୍ରମଣ ପାଇଁ ଚେଷ୍ଟା କରିବେ। ସେମାନେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସେମାନଙ୍କ ‘ନେତା’ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତି ସେମାନଙ୍କର ଦୃଢ଼ ସମର୍ଥନ ରହିଛି।

ସେପଟେ ଫ୍ଲୋର ଟେଷ୍ଟ ବା ଆସ୍ଥା ଭୋଟ୍‌ ପଦ୍ମ ଘୁଞ୍ଚିବାରେ ଲାଗିଥିବାବେଳେ ଏଭଳି ସମୟରେ ହିଁ ବିଦ୍ରୋହୀ ବିଧାୟକମାନେ ସୁରକ୍ଷା କଥା ଉଠାଇଛନ୍ତି। ଏଭଳି ଜଣେ ବିଧାୟକ ଗୋବିନ୍ଦ ସିଂହ ରାଜପୁତ କହିଛନ୍ତି, “ଆମେ ନିଜକୁ ଅସୁରକ୍ଷିତ ମନେ କରୁଛୁ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ସୁରକ୍ଷା ଆବଶ୍ୟକ କରୁଛୁ।”

ଅନ୍ୟ ଜଣେ କଂଗ୍ରେସ ବିଧାୟକ ଇମର୍ତ୍ତୀ ଦେବୀ କହିଛନ୍ତି, “ଜ୍ୟୋତିରାଦିତ୍ୟ ସିନ୍ଧିଆ ଆମ ନେତା। ସେ ଆମକୁ ବହୁତ କିଛି ଶିଖାଇଛନ୍ତି। ମୁଁ ତାଙ୍କ ସହ ଗତ ୨୦ ବର୍ଷ ଧରି କାମ କରୁଛି। ମୁଁ ତାଙ୍କ ସହ ସବୁବେଳେ ରହିବି। ସେ କୂଅକୁ ଡେଇଁଲେ ବି ମୁଁ ଡେଇଁପଡ଼ିବି।”



from Odisha Reporter https://ift.tt/3a87gD3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages