ଇସ୍ରାଏଲ ବିକଶିତ କଲା କରୋନା ପ୍ରତିଷେଧକ, ଖୁବଶୀଘ୍ର ଘୋଷଣା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ଇସ୍ରାଏଲ ବିକଶିତ କଲା କରୋନା ପ୍ରତିଷେଧକ, ଖୁବଶୀଘ୍ର ଘୋଷଣା!

ଜେରୁଜେଲମ: କିଲର କରୋନା ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷିତ ହୋଇଛି। ଅନେକ ଦେଶର ବୈଜ୍ଞାନିକ କରୋନାର ପ୍ରତିଷେଧକ ଉପରେ ଗବେଷଣା କରୁଛନ୍ତି। ଏହାରି ଭିତରେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ବାହାର କରିଛନ୍ତି ଇସ୍ରାଏଲର ବୈଜ୍ଞାନିକ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିର୍ଦ୍ଦଶକ୍ରମେ ଇସ୍ରାଏଲର ବୈଜ୍ଞାନିକ କରୋନାର ପ୍ରତିଷେଧକ ଟୀକା ବିକାଶ କରିଛନ୍ତି। ଖୁବଶୀଘ୍ର ଏ ବାବଦରେ ଇସ୍ରାଏଲ ସରକାର ଓ ବୈଜ୍ଞାନିକ ଟୀକା ବାବଦରେ ସ୍ପଷ୍ଟୀକରଣ ଦେବେ ବୋଲି ଜଣାପଡ଼ିଛି।

ଇସ୍ରାଏଲର ଖବରକାଗଜ ହାରେତଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ‘ବୁଧବାର ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ବାୟୋଲଜିକାଲ ରିସର୍ଚ୍ଚ କରୋନା ଭାଇରସର ଲକ୍ଷ୍ୟଣକୁ ପଢ଼ିବାରେ ସକ୍ଷମ ହୋଇଛନ୍ତି। କିଭଳି ଏହି ଭାଇରସ ଜଣେ ମଣିଷରୁ ଆଉ ଜଣେ ମଣିଷକୁ ଡେଉଁଛି। ମଣିଷ ଶରୀରରେ ଏହା କିଭଳି ପ୍ରଭାବ ପକାଉଛି ଏ ସବୁ ବାବଦରେ ଇସ୍ରାଏଲର ବୈଜ୍ଞାନିକମାନେ ବୁଝିଥିବା ଜଣାପଡ଼ିଛି। ଯଦିଓ କରୋନା ଉପରେ ଗବେଷଣା କରି ବୈଜ୍ଞାନିକମାନେ ଟୀକା ପ୍ରସ୍ତୁତ କରିଛନ୍ତି ହେଲେ ଜଣେ କରୋନା ଆକ୍ରାନ୍ତ ଏହି ଟୀକା ନେବା ପରେ କେତେ କ୍ଷିତକାରକ ଓ ଲାଭଦାୟକ ସେ ବାବଦରେ ଗବେଷଣା ହୋଇନାହିଁ। ତେଣୁ ଟୀକା ବାବଦରେ ଆଉ ମାସେ ଦୁଇ ମାସ ସମୟ ଲାଗିପାରେ ବୈଜ୍ଞାନିକମାନଙ୍କୁ ଜାଣିବାକୁ’।

ତେବେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ହାରେଜ ଖବରକାଗଜରେ ପ୍ରକାଶ ପାଇଥିବା କରୋନା ଟୀକା ସମ୍ପର୍କୀତ ଏହି ରିପୋର୍ଟକୁ ନେଇ ସ୍ପଷ୍ଟୀକରଣ ରଖିନାହିଁ। ଆବଶ୍ୟକ ପଡ଼ିଲେ ରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ରଖିବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫେବୃଆରୀ ୧ରେ କରୋନା ଭାଇରସ ଟୀକା ବିକଶିତ କରିବାକୁ ଦେଶର ସମସ୍ତ ଗବେଷଣା ସଂସ୍ଥାକୁ ଆହ୍ୱାନ କରିଥିଲେ।



from Odisha Reporter https://ift.tt/2W8oXOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages