ରାଣ ଖାଇଲେ ନବୀନ କହିଲେ-ମୁଁ ମୋର ପିଲାଛୁଆ, ବାପାମା’ଙ୍କ ନାମରେ ଶପଥ କରି କହୁଛି … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ରାଣ ଖାଇଲେ ନବୀନ କହିଲେ-ମୁଁ ମୋର ପିଲାଛୁଆ, ବାପାମା’ଙ୍କ ନାମରେ ଶପଥ କରି କହୁଛି …

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକ ହୋଇ ଅଣ୍ଟାଭିଡ଼ିଛନ୍ତି। ଓଡ଼ିଶାକୁ ଆସନ୍ତା ମାର୍ଚ୍ଚ ୩୧ ଯାଏ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ପାଦେ ଦୃଢ଼ କଦମ ଉଠାଇଛନ୍ତି। ସେ ସାରା ଭାରତକୁ ୨୧ ଦିନ ପାଇଁ ଅର୍ଥାତ ଏପ୍ରିଲ ୧୪ ଯାଏ ଲକଡାଉନ୍‌ ଘୋଷଣା କରିଛନ୍ତି। କରୋନାର ଭୟାବହତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ରାଣ ଖାଇଛନ୍ତି। ଏନେଇ ସେ ଏକ ଟ୍ୱିଟ୍‌ରରେ ଲେଖା ସହ ଭିଡିଓ ଜାରି କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ,  ମୁଁ ମୋର ପିଲାଛୁଆ, ବାପାମା’ଙ୍କ ନାମରେ ଶପଥ କରି କହୁଛି ଯେ, ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ। ବାହାରକୁ ଗଲେ କରୋନା ଭାଇରସ ମୋ ସାଥିରେ ମୋ ଘରକୁ ଆସି ପାରେ ଏବଂ ମୋ ପରିବାରର କ୍ଷତି କରିପାରେ। ଅନେକ ରିଟ୍ୱିଟ୍‌ କରି ନବୀନଙ୍କ ଏହି ଆହ୍ୱାନକୁ ସମର୍ଥନ କରିଛନ୍ତି।

ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ। ଏହିପରିପ୍ରେକ୍ଷୀରେ ସେ  ‘ମୋ ଜୀବନ’ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଏବେ ଚୀନ ଓ ଆମେରିକା ଡେଇଁ ଭାରତରେ ପହଞ୍ଚିଛି। ଆମ ଘର ପାଖରେ କରୋନା ପହଞ୍ଚିଲାଣି। ସତର୍କ ନହେଲେ ଘରକୁ ପଶିଯିବ। ଏଭଳି ସ୍ଥିତିରେ ଆମେ ନିଜ ପିଲାଛୁଆ ଓ ବାପାମାଙ୍କ ନାଁରେ ଶପଥ ନେବା। କହିବା, ମୁଁ ଶପଥ କରି କହୁଛି ଅତି ଜରୁରୀ କାମ ନଥିଲେ ବାହାରକୁ ଯିବିନି।

ବାହାରୁ ଆସିଲେ ଭଲଭାବେ ୨୦ ସେକେଣ୍ଡ ହାତ ଧୋଇବି। ଏମିତି ଶପଥ ଦୈନିକ ଘରର ସମସ୍ତେ ନିଅନ୍ତୁ ଓ କାନ୍ଥରେ ଲେଖି ଲଗାନ୍ତୁ। ଶପଥ ଭିଡିଓ ସୋଶାଲ ମିଡିଆରେ ମୋ ପାଖକୁ ପଠାନ୍ତୁ।” ସେପଟେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୫ରେ ପହଞ୍ଚିଥିବା ବେଳେ ୧୦ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି।



from Odisha Reporter https://ift.tt/3duEsXp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages