ଇଟାଲୀରେ ଫସିଛନ୍ତି ଶ୍ଵେତା ପଣ୍ଡିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ଇଟାଲୀରେ ଫସିଛନ୍ତି ଶ୍ଵେତା ପଣ୍ଡିତ

ନୂଆଦିଲ୍ଲୀ: ଚାଇନରୁ ବ୍ୟାପିଥିବା କରୋନା ଭାଇରସର ମୁକାବିଲା ପାଇଁ ସାରା ବିଶ୍ଵ ଲଢ଼େଇ କରୁଛି। ହେଲେ ଏଥିରେ ଇଟାଲୀ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଉ ଏହାରି ମଧ୍ୟରେ ଇଟାଲୀରେ ରହୁଥିବା ଭାରତୀୟ ସିଙ୍ଗର ଶ୍ଵେତା ପଣ୍ଡିତଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ସେ ସେଠାରେ ଫସି ରହିଛନ୍ତି। ସେ କେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ନେଇ ସୋଶାଲ୍ ମିଡିଆରେ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓ ଭାଇରାଲ ହେଉଛି।

ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓରେ ଶ୍ଵେତା କହିଛନ୍ତି, “କରୋନା ଭାଇରସ୍‌ ସବୁଠାରୁ ଅଧିକ ଜୀବନ ନେଇଥିବା ଦେଶରେ ମୁଁ ରହିଛି। ଗତ ଏକ ସପ୍ତାହ ଧରି ମୁଁ ମୋ ରୁମରୁ ବାହାରିନାହିଁ। ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସକାଳୁ ଉଠିଲେ ମୋତେ କେବଳ ଆମ୍ବୁଲାନ୍ସର ସାଇରନ୍‌ ଶବ୍ଦ ଶୁଣିବାକୁ ମିଳୁଛି। ମୁଁ କିପରି ଅଛି ଜାଣିବା ପାଇଁ ଭାରତରୁ ମୋତେ ଫୋନ୍‌ ଆସୁଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଠିକ୍‌ ଅଛି। ନିରାପଦରେ ରହିଛି।”

ଶ୍ଵେତ ଆହୁରି ମଧ୍ୟ କହିଛନ୍ତି, “ହୋଲି ଦିନ ମୁଁ ମୋ ଘର ଭାରତକୁ ଫେରିବାକୁ ଚାହୁଁଥିଲି। ବାପମା’ ଭାଇ ଭଉଣୀଙ୍କ କଥା ମାନେ ପଡୁଛି। କିନ୍ତୁ ସେମାନଙ୍କ କଥା ମନେପଡ଼ିଲେ ବି ମୁଁ ଯାଉନହିଁ। ମୁଁ ମୋ ସ୍ଵାମୀଙ୍କ ସହିତ ଭଲରେ ଅଛି। ବାହାରକୁ ବାହାରନ୍ତୁ ନାହିଁ। ଘରେ ରହି କିଛି ପଢ଼ନ୍ତୁ।”

ସୂଚନାଯୋଗ୍ୟ, ଭାରତୀୟ ଗାୟିକା ଶ୍ଵେତା ପଣ୍ଡିତ ଇଟାଲିଆନ ପ୍ରଡ୍ୟୁସର ଇଭାନୋ ଫୁସୀଙ୍କୁ ବିବାହ କରିଛନ୍ତି।



from Odisha Reporter https://ift.tt/2WHKqOH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages