ଏହି ସବୁ ସମସ୍ୟା ରହିଛି କି, କଳାଜିରା ଖା’ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ଏହି ସବୁ ସମସ୍ୟା ରହିଛି କି, କଳାଜିରା ଖା’ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କଳାଜିରା। ଏହା ଦେଖିବାକୁ କଳା ରଙ୍ଗର। ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ କଳାଜିରା ଶରୀରରେ ଅନେକ ରୋଗକୁ ଭଲ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା କଳାଜିରାରୁ ସ୍ୱାସ୍ଥ୍ୟଜନିତ କେଉଁ କେଉଁ ଲାଭ ମିଳିଥାଏ।

୧. ଟାଇପ୍‌-୨ ଡାଇବେଟିସ୍‌ରେ ପୀଡ଼ିତ ବ୍ୟକ୍ତି ପ୍ରତିଦିନ କଳାଜିରା ଖାଇବା ଉଚିତ। ଏହାଦ୍ୱାରା ଶରୀରରେ ତିଆରି ହେଉଥିବା ଗ୍ଲୁକୋଜ୍‌ କମ୍‌ ହୋଇଥାଏ ଏବଂ ଇନସ୍ୟୁଲିନ୍‌ ତିଆରି ହେବା କ୍ଷମତା ବଢ଼ିଥାଏ। ଆହୁରି ମଧ୍ୟ ଶରୀରରେ ଥିବା ବିଟା ସେଲ୍‌ର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ।

୨. ସପ୍ତାହକୁ ଦୁଇଥର କଳାଜିରା ଖାଇଲେ ହାଇପର୍ ଟେନ୍‌ସନରୁ ମୁକ୍ତି ମିଳିବା ସହିତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

୩. କଳାଜିରାକୁ ପାଣିରେ ଫୁଟାଇ ବାତ ମାରୁଥିବା ରୋଗୀଙ୍କୁ ଏହାର ପାଣି ପିଇବାକୁ ଦିଅନ୍ତୁ। ଦେଖିବେ ବାତ ରୋଗ ଭଲ ହୋଇଯିବ।

୪. କଫ ସମସ୍ୟା ଥିଲେ କଳାଜିରା ତେଲ ଖାଆନ୍ତୁ। ଏହାର ତେଲ ଖାଲି ପେଟରେ ଖାଇଲେ ଅନେକ ରୋଗ ଭଲ ହୋଇଥାଏ।

୫. କଳାଜିରା ତ୍ୱଚା ସମ୍ୱନ୍ଧୀୟ ରୋଗକୁ ଠିକ୍‌ କରିଥାଏ। ଏହାକୁ ଖାଇଲେ ତ୍ୱଚା କୋମଳ ଓ ଉଜ୍ଜ୍ୱଳ ହୋଇଥାଏ।

୬. କଳାଜିରା ତେଲ କେଶରେ ଲଗାଇଲେ କେଶ କଳା ହୋଇଥାଏ।

୭. ଯେଉଁମାନଙ୍କର ଦାନ୍ତରେ ସମସ୍ୟା ରହିଛି କିମ୍ୱା ଦାନ୍ତ ପୋକ ଖାଉଛି, ସେମାନେ ରାତିରେ ଶୋଇବା ପୂର୍ବରୁ ତୁଳାରେ କଳାଜିରା ତେଲ ଲଗାଇ ଦାନ୍ତ ମୂଳରେ ଲଗାଇ ଶୁଅନ୍ତୁ। ଦେଖିବେ ଦାନ୍ତରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯିବେ।

 



from Odisha Reporter https://ift.tt/2viG9pA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages