ମହିଳାଙ୍କ କେଶ ଝଡ଼ିବାର ୫ଟି କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ମହିଳାଙ୍କ କେଶ ଝଡ଼ିବାର ୫ଟି କାରଣ

ଭୁବନେଶ୍ୱର: ଅଧିକାଂଶ ମହିଳା କେଶ ଝଡ଼ିବା ଯୋଗୁଁ ଚିନ୍ତାରେ ରହିଥା’ନ୍ତି। ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟକୁ ବ୍ୟବହାର କରି କେଶ ଝଡ଼ିବା ବନ୍ଦ କରିବାକୁ ସେମାନେ ଚେଷ୍ଟା କରିଥା’ନ୍ତି। ତେବେ କେଶ ଝଡ଼ିବାର କାରଣ ଜାଣିବାକୁ ଚେଷ୍ଟା କରିନଥା’ନ୍ତି। ଖରାପ ଜୀବନଶୈଳୀ, ପ୍ରଦୂଷଣ ଓ ଚିନ୍ତାରେ ରହିବା ଯୋଗୁଁ  କେଶ ଝଡ଼ିଥାଏ। ଏହା ବ୍ୟତୀତ କେଶ ଝଡ଼ିବାର ଆହୁରି ଅନେକ କାରଣ ରହିଛି। ଆସନ୍ତୁ ଜାଣିବା ସେସବୁ ପ୍ରମୁଖ କାରଣ ଗୁଡ଼ିକ ସଂପର୍କରେ।

୧. କିଛି ମହିଳାଙ୍କ ଶରୀରରେ ଆଇରନ୍‌ର ପରିମାଣ କମ୍ ରହିଥାଏ। ଆଉ ଶରୀରରେ ଆଇରନ୍‌ର ସ୍ତର କମ୍‌ ହେଲେ କେଶ ଝଡ଼ିଥାଏ। କାରଣ ଆଇରନ୍‌ ହେୟାର ସେଲ୍‌ ଉତ୍ପାଦନରେ ସାହାଯ୍ୟ କରିଥାଏ।

୨. ସେହିପରି କିଛି ମହିଳା ଓଜନ ହ୍ରାସ କରିବା ପାଇଁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣ କରିଥା’ନ୍ତି। ତେଣୁ ଶରୀରକୁ ପୋଷକତତ୍ତ୍ୱ ପର୍ଯ୍ୟାପ୍ତ ପରିମାଣରେ ମିଳି ନଥାଏ। ଏହା ମଧ୍ୟ କେଶ ଝଡ଼ିବାର ଏକ କାରଣ।

୩. ବୟସ ବଢ଼ିଲେ କେଶ ଝଡ଼ିବାର ସମ୍ଭାବନା ରହିଥାଏ। ମେନୋପଜ୍ ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିଥାଏ।

୪. ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଗ୍ରନ୍ଥିରେ ଅସନ୍ତୁଳନ ଦେଖା ଦେଲେ କେଶ ଝଡ଼ିଥାଏ। ତେଣୁ ଯେଉଁ ମହିଳାଙ୍କର ହାଇପୋଥାଇରଏଡିଜିମ୍‌ ସମସ୍ୟା ରହିଛି, ସେମାନେ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି।

୫. ବର୍ତ୍ତମାନ ସମୟରେ କେଶକୁ ସୁନ୍ଦର କରିବା ପାଇଁ ମହିଳାମାନେ ଷ୍ଟ୍ରେଟ୍‌ନିଂ ଓ କଲରିଂ ଆଦି କରୁଥିବା ଦେଖିବାକୁ ମିଳୁଛି। ଏସବୁ କରିବା ଦ୍ୱାରା କେଶ ଝଡ଼ିବାର ସମ୍ଭାବନା ଅଧିକ ରହିଥାଏ।

 

 



from Odisha Reporter https://ift.tt/2W4Cgzr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages