ଘର ଭିତରୁ ପଙ୍କଜିନୀଙ୍କ ପୋଡ଼ା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

ଘର ଭିତରୁ ପଙ୍କଜିନୀଙ୍କ ପୋଡ଼ା ମୃତଦେହ ଉଦ୍ଧାର

ମୋହନା(ମିହିର ଯତି): ଗଜପତି ଜିଲ୍ଲା ଚନ୍ଦ୍ରଗିରି ହାଟପଦା ନିକଟରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ପୋଡ଼ା ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ପଙ୍କଜିନୀ ନାୟକ। ତାଙ୍କ ଘର ଅଡ଼ବା ଥାନା ଅନ୍ତର୍ଗତ କନ୍ଧ ଅଡ଼ବା ଗାଁରେ। ସେ ଏଠାରେ ୨ ବର୍ଷ ହେବ ଆସ୍କା ଅଞ୍ଚଳର ଜଣେ ଯୁବକଙ୍କ ସହ ମିଶି ଭଡ଼ାରେ ରହୁଥିଲେ। ଯୁବକଜଣକ ପାଉଁରୁଡ଼ି ବ୍ୟବସାୟ କରୁଥିଲେ।

ଆଜି ସକାଳେ ପଙ୍କଜିନୀଙ୍କ ଘର ଭିତରୁ ଧୂଆଁ ବାହାରିଥିବା ଦେଖି  ତାଙ୍କ ଘର ମାଲିକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପଙ୍କଜିନୀଙ୍କ ସହ ରହୁଥିବା ଯୁବକ ଜଣକ ଦୁଇ ଦିନ ହେବ ଫେରାର ଅଛନ୍ତି। ଏହା ହତ୍ୟା ନାଁ ଆତ୍ମହତ୍ୟା  ତାହା ଜାଣାପଡ଼ି ନାହିଁ।

 

 



from Odisha Reporter https://ift.tt/2J8V88C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages