ବ୍ରହ୍ମପୁର (ଜଗନ୍ନାଥ ସାହୁ): କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଗଞ୍ଜାମ ଜିଲା ଛତ୍ରପୁର ପୁଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ବଡ଼ ଆର୍ଯ୍ୟପଲି ଗାଁର ସି. ଆର୍ଯ୍ୟ। ଛତ୍ରପୁର ପୁଲିସ୍ ଏସଡିପିଓ ଗୌତମ କିଷାନ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ।
ସେ କହିଥିଲେ ଯେ କିଛି ଦିନ ତଳେ ଛତ୍ରପୁର ଅଞ୍ଚଳର ଜଣେ ଯୁବକ ବିଦେଶରୁ ଫେରିଥିଲେ। ସେ ମେଡିକାଲ ଟେଷ୍ଟ କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବିଦେଶ ଫେରନ୍ତା ଯୁବକଙ୍କୁ କରୋନା ହୋଇଥିବା ଖବର ଆର୍ଯ୍ୟ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏନେଇ ବିଦେଶ ଫେରନ୍ତା ଯୁବକଜଣଙ୍କ ଗତକାଲି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।
ଏସଡିପିଓ ଆହୁରି କହିଛନ୍ତି ଯେ ଗଞ୍ଜାମ ଜିଲ୍ଲା ଲକ୍ ଡାଉନ ଥିବା ବେଳେ ବାହାରେ ମନ ଇଛା ବୁଲିବା ଏବଂ ନିୟମ ଭଙ୍ଗ କରିବା ଅଭିଯୋଗରେ ପୁଲିସ ୪୨ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।
from Odisha Reporter https://ift.tt/2UxFnO4
No comments:
Post a Comment