ଆସନ୍ତାକାଲିଠାରୁ ‘ତରଙ୍ଗ’ରେ ପୁଣି ଦେଖିପାରିବେ ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

ଆସନ୍ତାକାଲିଠାରୁ ‘ତରଙ୍ଗ’ରେ ପୁଣି ଦେଖିପାରିବେ ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଲକ୍‌ଡାଉନ୍‌ ସମୟରେ ଦର୍ଶକଙ୍କ ଅନୁରୋଧକୁ ରକ୍ଷା କରି ଦୂରଦର୍ଶନ ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’ ସମେତ ଆଉ କିଛି ପୁରୁଣା ଧାରାବାହିକର ପୁନଃପ୍ରସାରଣ ଗତକାଲିଠାରୁ ଆରମ୍ଭ କରିଛି। ଠିକ୍ ସେହିଭଳି ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚ୍ୟାନେଲ୍‌ ‘ତରଙ୍ଗ’ରେ ଆସନ୍ତାକାଲି ଠାରୁ ଏହା ଅନ୍ୟତମ ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ’ର ମଧ୍ୟ ପୁନଃପ୍ରସାରଣ ଆରମ୍ଭ କରିବାକୁ ଯାଉଛି। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପ୍ରଥମ ଥର ପାଇଁ ‘ତରଙ୍ଗ’ ପକ୍ଷରୁ ଏହି ଧାରାବାହିକ ନିର୍ମାଣ କରାଯାଇଥିଲା, ଯାହା ପୂର୍ବରୁ ପ୍ରସାରିତ ହୋଇ ବେଶ୍ ଲୋକପ୍ରିୟ ହୋଇପାରିଥିଲା। ଆସନ୍ତାକାଲି ସକାଳ ୯ଟାରୁ ଏହାର ପୁନଃପ୍ରସାରଣ କରାଯିବ। ଆପଣମାନେ ପ୍ରତ୍ୟେକ ଦିନ ସକାଳ ୯ଟାରେ ଓ ସନ୍ଧ୍ୟା ୫ଟାରେ ଏହାକୁ ଦେଖିପାରିବେ। ଏନେଇ ଚ୍ୟାନେଲ୍ ତରଫରୁ ଏକ ପ୍ରୋମୋ ମଧ୍ୟ ଜାରି କରାଯାଇଛି।

ସୂଚନାଯୋଗ୍ୟ, କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଉଭୟ ଫିଲ୍ମ ଓ ଟେଲିଭିଜନ ଦୁନିଆ ପ୍ରଭାବିତ ହୋଇଛି। କେବଳ ଓଡ଼ିଶା ନୁହେଁ, ପୂରା ଦେଶରେ ବିଭିନ୍ନ ଫିଲ୍ମ ଓ ସିରିଏଲ୍‌ ଗୁଡ଼ିକର ଶୁଟିଂ ବନ୍ଦ ରହିଛି। ତେଣୁ ବିଭିନ୍ନ ଚ୍ୟାନେଲ୍ ସେମାନଙ୍କର ଲୋକପ୍ରିୟ ଧାରାବାହିକଗୁଡ଼ିକର ପୁନଃପ୍ରସାରଣ କରୁଛନ୍ତି।



from Odisha Reporter https://ift.tt/2UIwn8X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages