ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରନାକୁ ନେଇ ସାରା ଦେଶରେ ଏବେ ୨୧ ଦିନିଆ ଲକ୍ଡାଉନ୍ ଜାରି ରହିଛି। ଲୋକଙ୍କୁ ଘରୁ ନ ବାହାରିବାକୁ ଘନ ଘନ ପରାମର୍ଶ ଦିଆଯାଉଛି। ଏଥିସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ହେଲେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ନିୟମକୁ ଫୁ’ କରି ଲୋକେ ମୁହଁକୁ ମୁହଁ ଯୋଡ଼ି ମାର୍କେଟିଂ କରୁଛନ୍ତି। ଭୁବନେଶ୍ୱରସ୍ଥିତ ୪ ନମ୍ବର ମାଛ ମାର୍କେଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।
ଆଜି ରବିବାର ଆମିଷ ବାର ଥିବାରୁ ମାଛ ଓ ମାଂସ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଗହଳି ହୋଇଛି। ଲୋକେ ଲାଗି ଲାଗି ଛିଡ଼ା ହୋଇ ମାଛ କିଣୁଛନ୍ତି।
ମାର୍କେଟରେ ଏତେ ଭିଡ଼ ସତ୍ତ୍ୱେ ପୁଲିସ କିମ୍ବା ପ୍ରଶାସନର ନଜର ନଥିବାରୁ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି।
from Odisha Reporter https://ift.tt/3dC0xDl
No comments:
Post a Comment