ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ବ୍ରହ୍ମଗିରିର କଲେଜ ଛକ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ଭୋଜି ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଛଅ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଶରୀରରେ ଗଭୀର ଆଘାତ ଲାଗିଛି।
ସୂଚନା ଅନୁସାରେ, ସ୍ଥାନୀୟ ଭାଟପଡ଼ାର ଗାଁର ଜୈନିକ ବ୍ୟକ୍ତି ଦୀର୍ଘ ଦିନ ହେବ କୃଷ୍ଣପ୍ରସାଦ ବ୍ଲକ୍ ରାୟପୁର ଗାଁରେ ସ୍ଥାୟୀ ଭାବେ ବସବାସ କରୁଥିଲେ। ଗତକାଲି ତାଙ୍କ ପୁଅର ବିବାହ ଭୋଜି ଥିଲା। ଉଭୟ ଭାଟପଡ଼ା ଓ ରାୟପୁର ଗାଁ ଲୋକେ ଭୋଜି ଖାଇବାକୁ ଆସିଥିଲେ। ତେବେ ଭାଟପଡ଼ା ଗାଁ ଲୋକେ ପ୍ରଥମେ ଭୋଜି ଖାଇବାକୁ ବସି ପଡ଼ିଥିଲେ। ଏହାକୁ ନେଇ ଭାଟପଡ଼ା ଓ ରାୟପୁର ଗାଁର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ଓ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/3aNd5p5
No comments:
Post a Comment