ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଆକ୍ରାନ୍ତ କରିଥିବା ସନ୍ଦେହରେ ଜଣେ ବ୍ୟକ୍ତି ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ହସ୍ପିଟାଲର ୭ମ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ଏହି ବ୍ୟକ୍ତି ଜଣଙ୍କୁ ଏୟାରପୋର୍ଟ ଅଧିକାରୀମାନେ ହିଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଏୟାରପୋର୍ଟ ଅଧିକାରୀମାନେ ଉକ୍ତ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ହସ୍ପିଟାଲକୁ ଆଣିଥିଲେ। ଏହା ପରେ ତାଙ୍କୁ କରୋନା ରୋଗୀଙ୍କ ପାଇଁ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ସେ ୭ ମହଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
from Odisha Reporter https://ift.tt/392ed6U
No comments:
Post a Comment