ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା ୧୬୦ ଅତିକ୍ରମ କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତକାଲିର ଶେଷ ଖବର ସୁଦ୍ଧା ଏହି ସଂଖ୍ୟା ୧୫୯ ରହିଥିଲା। ତେବେ ରାତିକ ମଧ୍ୟରେ ୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସକାଳେ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, କରୋନାରେ ଏଯାଏ ଦେଶରରେ ୧୬୬ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହି ୧୬୬ ଜଣଙ୍କ ମଧ୍ୟରେ ୧୪୧ ଭାରତୀୟ ଓ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି। ସେହିପରି ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ମନ୍ତ୍ରଣାଳୟ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ କୁହାଯାଇଥିଲେ ହେଁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୨ ଛୁଇଁଛି। ମହାରାଷ୍ଟ୍ରରରେ ଆଜି ଆଉ ଦୁଇ ଜଣ ଓ ଆନ୍ଧ୍ର ପ୍ରଦେଶରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ତେଲେଙ୍ଗାନାରେ ୬ରୁ ୭ ଜଣ ବିଦେଶୀ ନାଗରିକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ହେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ କୌଣସି ସୂଚନା ରିପୋର୍ଟ ଲେଖା ହେବା ଯାଏ ଦେଇନାହିଁ।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ଜଣେ କରୋନା ରୋଗୀ ରହିଥିବା ବେଳେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଛୁଇଁଛି। ଏହି ୧୧ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ହରିଆଣାରେ ୩, କର୍ଣ୍ଣାଟକାରେ ୧୪, କେରଳରେ ୨୫, ମହାରାଷ୍ଟ୍ରରେ ୪୨, ଓଡ଼ିଶାରେ ୧, ପୁଡୁଚେରୀରେ ୧, ପଞ୍ଜାବରେ ୧, ରାଜସ୍ଥାନରେ ୫, ତାମିଲନାଡୁରେ ୨, ତେଲେଙ୍ଗାନାରେ ୪, ଚଣ୍ଡିଗଡ଼ରେ ୧, ଜମ୍ମୁ-କଶ୍ମୀରରେ ୪, ଲଦାଖରେ ୮, ଉତ୍ତର ପ୍ରଦେଶରେ ୧୬, ଉତ୍ତରାଖଣ୍ଡରେ ୧ ଓ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।



from Odisha Reporter https://ift.tt/33rIOKc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages