ବରଗଡ଼(ଦୀପକ ଶର୍ମା): ନକଲି ବେଲ୍ ବଣ୍ଡ ପେପର ଦାଖଲ କରି ଜେଲରୁ ଖସିଗଲେ ଦୁଇ କଏଦୀ। ଏଭଳି ଘଟଣା ଘଟିଛି ବରଗଡ ସବ୍ ଜେଲ୍ରେ।
ସୂଚନା ଅନୁଯାୟୀ, ଏକ ଅପହରଣ ମାମଲାରେ ଛତିଶଗଡ ଦୁର୍ଗ ଜିଲ୍ଲା ରାମନଗରର ପ୍ରଦୀପ ଠାକୁର ଏବଂ ଜାଙ୍ଗିର ଜିଲ୍ଲା ମର୍ହାତୀ ଗାଁର ଉତ୍ତର କୁମାର ଖୁଟ୍ଟେ ବରଗଡ ସବ୍ ଜେଲ୍ରେ ରହୁଥିଲେ। ଗତ ୨୦୧୯ ଜୁଲାଇ ୬ତାରିଖରେ ଉଭୟଙ୍କୁ ଗିରଫ କରାଯିବା ପରେ ବିଚାରାଧୀନ କଏଦୀ ଭାବେ ସବ୍ ଜେଲରେ ରହି ଆସୁଥିଲେ। ଏନେଇ ବରଗଡ ଏଡିଜେ କୋର୍ଟରେ ମାମଲା ଚାଲିଆସୁଥିଲା।
ତେବେ ଗତ ୩ ତାରିଖରେ ଉଭୟଙ୍କ ବେଲ୍ ବଣ୍ଡ ଦାଖଲ କରାଯିବାରୁ ସେମାନେ ସବ୍ ଜେଲରୁ ବାହାରିଥିଲେ। ଏହାପରେ ଗତ ୧୭ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ ଥିଲା। ମାତ୍ର କୋର୍ଟରେ ହାଜର ନହେବାରୁ ଏଡିଜେଙ୍କ ପକ୍ଷରୁ ଜେଲ୍କୁ ନୋଟିସ ଯିବା ପରେ ଘଟଣା ପଦାକୁ ଆସିଛି। ତେବେ ଜେଲ୍ରେ ଦାଖଲ ବେଲ୍ ବଣ୍ଡ ନକଲି ଥିବା ନେଇ ସୂଚନା ମିଳିଛି। ତେବେ ଏନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
from Odisha Reporter https://ift.tt/2QuncYr
No comments:
Post a Comment