ମହିଳା ପାଳିଲେ ବିଜୟ ଉତ୍ସବ, ପୁଲିସ୍ ବାଣ୍ଟିଲା ମିଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ମହିଳା ପାଳିଲେ ବିଜୟ ଉତ୍ସବ, ପୁଲିସ୍ ବାଣ୍ଟିଲା ମିଠା

ନୂଆଦିଲ୍ଲୀ: ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଅକ୍ଷୟ କୁମାର ସିଂହ, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆଜି ସକାଳ ଠିକ୍ ସାଢ଼େ ୫ଟାରେ ଦିଲ୍ଲୀର ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ଫାଶୀଖୁଣ୍ଟରେ ଝୁଲିବାର ଅଧାଘଣ୍ଟା ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ସେମାନଙ୍କୁ ଫାଶୀ ଦିଆଯିବା ପରେ ତିହାର ଜେଲ୍ ବାହାରେ ଜମା ହୋଇଥିବା ମହିଳାମାନେ ବିଜୟ ଉତ୍ସବ ପାଳିଥିଲେ। ଜେଲ୍‌ ଆଗରେ ଉପସ୍ଥିତ ମହିଳା ଆଇନଜୀବୀମାନଙ୍କ ସହିତ ମିଶି ସେମାନେ ଏହି ବିଜୟ ଦିବସ ପାଳିଥିଲେ। ୭ ବର୍ଷର ଲଢ଼େଇ ପରେ ଶେଷରେ ନ୍ୟାୟ ମିଳିଲା ବୋଲି ସେମାନେ କହିଥିଲେ।

ସେହିପରି ‘ନିର୍ଭୟା’ ଦୋଷୀଙ୍କୁ ଫାଶୀ ହେବା ପରେ ଦିଲ୍ଲୀ ପୁଲିସ୍ ବି ଖୁସି ହୋଇଛି। ଆଜି ତିହାର ଜେଲ୍ ବାହାରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ମିଠା ବଣ୍ଟା ଯାଇଥିଲା। ଏମିତିକି କିଛି ମହିଳା ସାମାଜିକ କର୍ମୀ ମଧ୍ୟ ସେଠାରେ ମିଠା ବାଣ୍ଟି ଥିଲେ।



from Odisha Reporter https://ift.tt/3df8bDv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages