ପହିଲାରୁ ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କ ମିଶି ୪ଟି ବ୍ୟାଙ୍କ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ପହିଲାରୁ ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କ ମିଶି ୪ଟି ବ୍ୟାଙ୍କ ହେବେ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି। ଏପ୍ରିଲ ୧୪ ଯାଏ ଏହି ଲକ୍‌ଡାଉନ୍ ରହିଛି। ମାର୍ଚ୍ଚ ମାସ ଶେଷ ହୋଇ ଆସୁଥିବା ବେଳେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୧ରୁ ଦେଶର ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ହୋଇ ୪ଟି ବଡ଼ ବ୍ୟାଙ୍କ ହେବେ। କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଗତ ଗୁରୁବାର ସ୍ପଷ୍ଟୀକରଣ ରଖିବା ପରେ ଆରବିଆଇ ନିକଟରେ ସ୍ପଷ୍ଟୀକରଣ ରଖିଛି।

ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହିତ ମିଶିବେ। କାନାରା ବ୍ୟାଙ୍କରେ ମିଶିବ ସିଣ୍ଡିକେଟ୍ ବ୍ୟାଙ୍କ୍। ଆହ୍ଲାବାଦ ବ୍ୟାଙ୍କ ସହିତ ମିଶିବ ଇଣ୍ଡିଆନ୍ ବ୍ୟାଙ୍କ୍ ଏବଂ ଆନ୍ଧ୍ରା ଏବଂ କୋର୍ପୋରେସନ ବ୍ୟାଙ୍କ ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ମିଶିବ।

ତେବେ ଯେଉଁ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ହେବ ସେହି ବ୍ୟାଙ୍କର ଗ୍ରାହକଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବନି।



from Odisha Reporter https://ift.tt/2ybOKeC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages