ଭଞ୍ଜନଗର(ରାଜେଶ କୁମାର ପଣ୍ଡା): କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍ ଡାଉନ୍ ହୋଇଛି। ତେଣୁ ଆବଶ୍ୟକୀୟ ଦୋକାନ ବଜାରକୁ ଛାଡ଼ି ସମସ୍ତ ଦୋକାନ ବନ୍ଦ ରହିଛି। ଏଥିସହ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହିଭଳି ସମୟରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମହାରାଷ୍ଟ୍ରର ୧୦ ମରାଠୀ ପରିବାରର ୫୦ ଜଣ ସଦସ୍ୟ ଫସି ରହିଛନ୍ତି।
ତିନି ମାସ ହେବ ଏହି ମରାଠୀ ପରିବାର ସୋରଡ଼ା ବସ୍ଷ୍ଟାଣ୍ଡ ପଛପଟେ ତମ୍ୱୁ କରି ରହୁଥିଲେ। ଏଥିସହ ସେମାନେ ଜ୍ୟୋତିଷ କାମ କରୁଥିଲେ। ହେଲେ ଲକ୍ ଡାଉନ୍ ହେବା ଫଳରେ ସେମାନେ ରୋଜଗାର ହରାଇ ବସିଛନ୍ତି। ପାଖରେ ଟଙ୍କା ପଇସା ନଥିବା ବେଳେ ରନ୍ଧା ଖାଦ୍ୟ ନଥିବାରୁ ଭୋକ ଉପାସରେ ରହୁଥିଲେ।
ଏହି ଖବର ଜଣାପଡ଼ିବା ପରେ ଗତକାଲି ସ୍ଥାନୀୟ ପ୍ରଶାସନ ଓ ଥାନା ଅଧିକାରୀ ସେମାନଙ୍କୁ ଚାଉଳ, ଡାଲି ଓ ପରିବା ଦେଇଛନ୍ତି। ଖାଦ୍ୟ ସମଗ୍ରୀ ପାଇ ସେମାନେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।
ଏନେଇ ଜଣେ ବିପନ୍ନ ମୋହନଲାଲ ବାବର କହିଛନ୍ତି,“ଜ୍ୟୋତିଷ କାମ କରିବାକୁ ଆମେ ଏଠାକୁ ଆସିଥିଲୁ। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ। ଲକ ଡାଉନ୍ ଯୋଗୁ ସବୁ ଦୋକାନ ବଜାର ଓ ଗାଡ଼ିମଟର ଚଳାଚଳ ବନ୍ଦ ହେବା ଫଳରେ ଖାଇବା ପିଇବାରେ ହଇରାଣ ହେଉଥିଲୁ।
ହେଲେ ସ୍ଥାନୀୟ ବ୍ଲକ୍ ଅଧିକାରୀ ଓ ପୁଲିସ୍ ଆମକୁ ଖାଇବା ପାଇଁ ଡାଲି, ଚାଉଳ ଓ ଆଳୁ ଦେଇଛନ୍ତି। ସେଥିପାଇଁ ପ୍ରଶାସନକୁ ଆମ ତରଫରୁ ବହୁତ ଧନ୍ୟବାଦ।”
from Odisha Reporter https://ift.tt/3au404Y
No comments:
Post a Comment