ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚିଠି ଲେଖିଲେ ପ୍ରତାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚିଠି ଲେଖିଲେ ପ୍ରତାପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଯୋଗୁ ପ୍ରଭାବିତ ହେଉଥିବା ଓଡ଼ିଶାର ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ସେ ଟ୍ୱିଟ୍‌ କରି କହିଛନ୍ତି ଯେ,  ଗୋପାଳକମାନେ ବର୍ତ୍ତମାନ ଦୋକାନ ବନ୍ଦ ଥିବା ହେତୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରିପାରୁ ନାହାନ୍ତି। ଓମ୍‌ଫେଡ଼ ମଧ୍ୟ ନିଜ କ୍ଷମତାଠାରୁ କମ୍ ପରିମାଣର ଦୁଗ୍ଧ ଚାଷୀଙ୍କଠାରୁ ସଂଗ୍ରହ କରୁଛି। ଫଳରେ ଚାଷୀମାନେ ହତାଶ ହୋଇ ଦୁଗ୍ଧ ଢାଳି ଦେଉଛନ୍ତି ଓ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏଣୁ ଗୋପାଳଙ୍କମାନଙ୍କୁ କିଛି କ୍ଷତିପୂରଣ ଦେବା ସହ ଏହି ସମସ୍ୟାର ସମାଧାନ ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ପ୍ରତାପ।



from Odisha Reporter https://ift.tt/2JwJRPI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages