କଙ୍ଗନାଙ୍କୁ କ୍ଷମା ମାଗିଲେ ଅହମ୍ମଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

କଙ୍ଗନାଙ୍କୁ କ୍ଷମା ମାଗିଲେ ଅହମ୍ମଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ମ୍ୟାନେଜର ତଥା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ୍‌। ଅନେକ ସମୟରେ କୌଣସି ପ୍ରସଙ୍ଗରେ କଙ୍ଗନାଙ୍କ ଉପରକୁ କେହି ଆଙ୍ଗୁଳି ଉଠାଇଲେ ସେ କଡ଼ା ଜବାବ ଦେବାକୁ ଆଦୌ ପଛାନ୍ତି ନାହିଁ। ନିକଟରେ ଏମିତି କିଛି ଘଟିଛି ବଲିଉଡ୍‌ ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ଙ୍କ ସହ। କିଛିଦିନ ତଳେ ସେ ଏକ ସାକ୍ଷାତକାରରେ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’କୁ ନେଇ ଦେଇଥିବା ମନ୍ତବ୍ୟ ଶୁଣି ରଙ୍ଗୋଲି ରାଗି ଯାଇଥିଲେ ଓ ଟ୍ୱିଟ୍ କରି ତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ।

ଫିଲ୍ମ ‘ବାଗୀ ୩’ର ନିର୍ଦ୍ଦେଶକ ଅହମ୍ମଦ ଖାନ୍ନ ଏହି ସାକ୍ଷାତକାରରେ ମହିଳା କୈନ୍ଦ୍ରିକ ଫିଲ୍ମ ଉପରେ ନିଜର ମତାମତ ଦେବା ବେଳେ ‘ମଣିକର୍ଣ୍ଣିକା’କୁ ଉଦାହରଣ ଭାବେ ନେଇ କହିଥିଲେ ଯେ ଏହାକୁ ତିଆରି କରିବାରେ ଓ ଏହାକୁ ହିଟ୍‌ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ଶେଷରେ ଅତ୍ୟଧିକ ନିବେଶ ଯୋଗୁ ନିର୍ମାତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ସେ ଆହୁରି କହିଥିଲେ ଯେ କଙ୍ଗନାଙ୍କ ଫିଲ୍ମ ‘ଧାକଡ଼’ର ଟିଜର୍ ବେଶ୍ ଭଲ ଲାଗୁଥିଲା। ହେଲେ ଶେଷରେ ଏହି ଫିଲ୍ମକୁ ବନ୍ଦ କରିଦିଆଗଲା। ଅହମ୍ମଦଙ୍କ ଏଭଳି ମନ୍ତବ୍ୟ ଶୁଣି କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ବହୁତ ରାଗିଗଲେ ଓ ସେ ଟ୍ୱିଟର୍‌ରେ ଏହାର ଜବାବ୍‌ ଦେଇ ଲେଖିଥିଲେ, “ଖାନ୍‌ ଭାଇ ସାହାବ ଆପଣ ୧୫୫ କୋଟି ଆୟ କରିଥିବା ଫିଲ୍ମକୁ ଫ୍ଲପ୍‌ କେମିତି କହୁଛନ୍ତି? ‘ବାଗୀ ୩’ ୱିକେଣ୍ଡରେ ୪୯ କୋଟି ଆୟ କରିଛି।  ‘ମଣିକର୍ଣ୍ଣିକା’ ୪୫ କୋଟି ଆୟ କରିଥିଲା, ଯାହା କି ଆପଣଙ୍କଠୁ ଏତେ ପଛରେ ନାହିଁ।” ଏଥିସହ ସେ ‘ବାଗୀ ୩’ର ଆୟକୁ ଭାରତରେ ୧୦୨ କୋଟି ଟଙ୍କା କରି ଦେଖାଇବାକୁ ଅହମ୍ମଦଙ୍କୁ ଚ୍ୟାଲେଞ୍ଜ କରିଥିଲେ।

ଏହାପରେ ସେ ଆଉ ଏକ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ଯେ କଙ୍ଗନାଙ୍କୁ ଫୋନ୍‌ କରି ଅହମ୍ମଦ କ୍ଷମା ମାଗିଛନ୍ତି। କଙ୍ଗନା ତାଙ୍କୁ ଫୋନ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ଅନ୍ୟପଟେ କ୍ଷମା ପ୍ରାର୍ଥନା ସତ୍ତ୍ୱେ କଙ୍ଗନାଙ୍କ ଆଗାମୀ ଫିଲ୍ମ ‘ଧାକଡ଼’କୁ ନେଇ କରିଥିବା ଟିପଣୀ ପାଇଁ ଏହାର ନିର୍ମାତା ଏକ ଲିଗାଲ୍‌ ନୋଟିସ୍‌ ଜାରି କରିଛନ୍ତି ଓ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଚଳିତବର୍ଷ ଜୁନ୍‌ରେ ‘ଧାକାଡ଼’ର କାମ ଆରମ୍ଭ ହେବ।



from Odisha Reporter https://ift.tt/2Q8bh2m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages