କୋଟିଏ ଟଙ୍କାର ବ୍ରାଉନସୁଗର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରୁ ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ହେବ ବୋଲି ଜଣା ପଡ଼ିଛି। କ୍ରାଇମବ୍ରାଞ୍ଚ STF ଏହି ଚଢ଼ଉ କରିଥିବା ଜଣାପଡ଼ିଛି।

ଜଟଣୀ ଏରିଆରେ ବ୍ରାଉନସୁଗର କାରବାରର ଏକ ବଡ଼ ଡିଲ୍‌ ହେବା ନେଇ ଗତକାଲି କ୍ରାଇମବ୍ରାଞ୍ଚ STF ସୂଚନା ପାଇଥିଲା। ଏହା ପରେ ଚଢ଼ଉ ନିମନ୍ତେ ଜାଲ ବିଛାଇଥିଲା। ଏହି ଚଢ଼ଉ ସମୟରେ ପୁଲିସ୍‌ ୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗର ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।

କ୍ରାଇମବ୍ରାଞ୍ଚର STFର ଲଗାତାର ଚଢ଼ଉ ସତ୍ତ୍ୱେ ଏହି ଚୋରାଚାଲାଣ ଥମିବା ନାଁ ଧରୁନି। ଗତ ୩ ମାସ ମଧ୍ୟରେ ଏହାକୁ ନେଇ ୧୫ରୁ ଊର୍ଦ୍ଧ୍ୱ କେସ୍‌ ହୋଇଥିବା ବେଳେ ୧୭ରୁ ଊର୍ଦ୍ଧ୍ୱ ଜଣ ଗିରଫ ହୋଇସାରିଛନ୍ତି। ଏହାସତ୍ତ୍ୱେ ବ୍ରାଉନସୁଗର ଚୋରା ଚାଲାଣର ଏକ ବଡ଼ ନେଟୱର୍କ କାମ କରୁଥିବା ତଦନ୍ତରୁ ଜଣାପଡ଼ିଛି। ପଶ୍ଚିମବଙ୍ଗରୁ ବାଲେଶ୍ୱର, ଜଳେଶ୍ୱର ଦେଇ ଭୁବନେଶ୍ୱରକୁ ବ୍ରାଉନସୁଗର ଚୋରା ଚାଲାଣ ହେଉଥିବା ତଦନ୍ତରୁ ଜଣାପଡ଼ିଛି। ଏପରିକି ବାଲାଂଦେଶ, ଚୀନ୍‌ ପରି ପଡ଼ୋଶୀ ଦେଶକୁ ମଧ୍ୟ ଏହି ରାକେଟ୍‌ ଲମ୍ବିଥିବା ଜଣାଯାଇଛି।



from Odisha Reporter https://ift.tt/2Q98E06

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages