କରୋନା ପାଇଁ ଗାଁକୁ ପଳେଇଛନ୍ତି ଏଲିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

କରୋନା ପାଇଁ ଗାଁକୁ ପଳେଇଛନ୍ତି ଏଲିନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶ ଲକ୍‌ଡାଉନ୍‌। ସମସ୍ତେ ଘରେ ଏକାନ୍ତବାସ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଏହି ସମୟଙ୍କୁ ଖୁସିରେ ଅତିବାହିତ କରିବାକୁ ଅଭିନେତ୍ରୀ ଏଲିନା ତାଙ୍କ ଗାଁକୁ ପଳେଇଛନ୍ତି। ପୂରା ପରିବାର ସହ ସେ ଏବେ ଗାଁରେ ଅଛନ୍ତି। ଯାହାର ସୂଚନା ସେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଦେଇଛନ୍ତି।

ବାପାଙ୍କ ସହ ସେ ଏକ ଫଟୋ ଶେୟାର କରି ଏଲିନା ଲେଖିଛନ୍ତି, ହାପି କ୍ୱାରେଣ୍ଟଇନ। ଫଟୋରେ ଏଲିନା ତାଙ୍କ ବାପାଙ୍କୁ ଆଲିଙ୍ଗନ କରି ହସୁଥିବାର ଦେଖିବାକୁ ମିଳିଛି। ଏଲିନାଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ଭୂମିକା ମଧ୍ୟ କମେଣ୍ଟ କରିଛନ୍ତି। ଏବଂ ସେ ମଧ୍ୟ ଗାଁ କୁ ଯିବାକୁ ଚାହୁଁଥିଲେ ବୋଲି କହିଛନ୍ତି।

ତେବେ ଏଲିନାଙ୍କ ଏହି ପୋଷ୍ଟକୁ କିଛି ଲୋକ ପସନ୍ଦ କରିଥିବା ବେଳେ କିଛି ଲୋକ ତାଙ୍କୁ କଟାକ୍ଷ କରି  ‘ଗାଁ କୁ ଗଲେ କରୋନା ପଳେଇବନି’ ବୋଲି କହିଛନ୍ତି।

କିଛି ଦିନ ତଳେ ଏଲିନା ତାଙ୍କ ଗାଁରେ ରହି ଏକ ଭିଡ଼ିଓ ଶେୟାର କରି କହିଥିଲେ, ଏହି ଲକ୍‌ଡାଉନ୍ ସମୟରେ ଗାଁରେ କିଛି ସମୟ ବିତାଇବାକୁ ମିଳିଛି। ଖୁସି ଲାଗୁଚି ଗାଁ ରେ ପ୍ରାକୃତିକ ପରିବେଶ ମଧ୍ୟରେ ଅଛି। କିନ୍ତୁ ଏମିତି ଜରୁରୀକାଳୀନ ପରିସ୍ଥିତିରେ ଯେଉଁମାନେ ଆମ ପାଇଁ କାମ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ  ବୋଲି ସେ କହିଥିଲେ ।



from Odisha Reporter https://ift.tt/33LvIHP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages