ଚାଲିଗଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ଚାଲିଗଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମି

ନୂଆଦିଲ୍ଲୀ:  ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମିଙ୍କର ଦେହାନ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ  ମୁମ୍ବାଇର ସରଳା ନର୍ସିଂହୋମରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ  ହୋଇଥିଲା।
ନିମିଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ଅଭିନେତା ସୋଶାଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଅଭିନେତ୍ରୀ ନିମିଙ୍କ ଦେହାନ୍ତ ବିଷୟରେ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଅଭିନେତ୍ରୀଙ୍କୁ ବିଦାୟ ଦେଇଛନ୍ତି। ନିମିଙ୍କ ମୃତ୍ୟୁକୁ ନେଇ ମହେଶ ଭଟ୍ଟଙ୍କ ଟ୍ୱିଟ୍ ସୋଶାଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି।
ମହେଶ ଭଟ୍ଟ ନିଜ ଟ୍ୱିଟରେ ନିମିଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, “ତୁମେ ହୃଦୟର ଇଚ୍ଛାକୁ ଜିତି ପାରିବ। କିନ୍ତୁ ଶେଷରେ ତୁମେ ମୃତ୍ୟୁ ଦ୍ୱାରା ପ୍ରତାରିତ ହେବ। ବିଦାୟ ନିମି ଜି। “
ମହେଶ ଭଟ୍ଟଙ୍କ ବ୍ୟତୀତ ଭେଟେରାନ ଅଭିନେତା ଋଷି କପୁର ମଧ୍ୟ ନିମିଙ୍କ ମୃତ୍ୟୁ ବିଷୟରେ ଟ୍ୱିଟ କରି କହିଛନ୍ତି,  ଧନ୍ୟବାଦ ନିମି ଆଣ୍ଟି, ବବିକୁ ଏହାର ପ୍ରିମିୟର୍ ରିଲିଜ୍ ପରେ ଆଶୀର୍ବାଦ ଦେଇଥିବାରୁ। ଆପଣ ଆର.କେ. ପରିବାରର ଅଂଶ ଥିଲେ। ‘ବରସାତ’ ତୁମର ପ୍ରଥମ ଚଳଚ୍ଚିତ୍ର ଥିଲା। ଆଲ୍ଲା ତୁମକୁ ଜନ୍ନତରେ ରଖନ୍ତୁ।
ସୂଚନାଯୋଗ୍ୟ, ଅଭିନେତ୍ରୀ ନିମି ୧୯୫୦ରୁ ୧୯୬୦ ଦଶକ ମଧ୍ୟରେ ତାଙ୍କ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଅନେକ ନାମ ଅର୍ଜନ କରିଥିଲେ । ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ସଜା’, ‘ଆନ୍’, ‘ଉଡ଼ନ ଖଟୋଲା’, ‘ଭାଇ-ଭାଇ’, ‘କୁନ୍ଦନ’, ‘ମେରେ ମେହବୁବ’, ‘ପୂଜା କେ ଫୁଲ’, ‘ଆକାଶଦୀପ’ ଆନ୍ୟତମ ।


from Odisha Reporter https://ift.tt/3bDfcMX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages