ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ, ୮ ଦିନ ପରେ ଧରା ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ, ୮ ଦିନ ପରେ ଧରା ପଡ଼ିଲେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ଗତକାଲି ରାତିରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ପେଶାଦାର ଅପରାଧୀ ଏବଂ ବହୁ ଡକାୟତି ମାମଲାରେ ଜଡ଼ିତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ରବିବାର ୭ ଜଣ ଡକାୟତ ଚୋରି ଉଦ୍ଦେଶ୍ୟରେ  ସ୍ଥାନୀୟ ଅଞ୍ଚଳରେ ଥିବା ଏକ ପଥର କ୍ରସରରେ ପଶିଥିଲେ। ଉକ୍ତ କ୍ରସରରେ ତଳ ଘରେ କେୟାର ଟେକର ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ଉପର ମହଲାରେ ଥିଲେ। ଉପରଘରେ ମହିଳାଙ୍କୁ ଏକୁଟିଆ ପାଇ ଡକାୟତମାନେ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଥିଲା।

ଗତ ମଙ୍ଗଳବାର ବ୍ରାହ୍ମଣୀ ତରଙ୍ଗ ଥାନାରେ ଏନେଇ କେୟାର ଟେକର ଅଭିଯୋଗ କରିଥିଲେ। ପୁଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/39eVINJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages